30.1 C
Bhubaneswar
Tuesday, March 10, 2026
Homeଓଡିଶାନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ରାହାମା: ରାହାମାରେ ୫ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମନେଇ ଅଭିଯୋଗ। ଥାନାର ଦ୍ୱାରସ୍ଥ ହେଲେ ପୀଡ଼ିତାଙ୍କ ବାପା। ସ୍ତ୍ରୀ ମରିଗଲା ପରେ ପ୍ରାୟ ୧ ବର୍ଷ ଧରି ଯାଯାବର ଜୀବନଯାପନ କରି ଏ ଘର ସେ ଘର ଦାଣ୍ଡ ଦୁଆରେ ବର୍ଷା, ଖରା ସହ୍ୟ କରି ଭିକ୍ଷାବୃତ୍ତି କରି ବାପା ଓ ଝିଅ ଚଳିଥାନ୍ତି।ରାହାମା ହାଟ ପିଣ୍ଡିରେ ଗତକାଲି ବିଳମ୍ବିତ ରାତ୍ରି ୧ ଘଟିକା ସମୟରେ ଶୋଇଥିବା ବେଳେ ଝିଅକୁ ଦୁଷ୍କର୍ମ ହୋଇଛି। ବାପାଙ୍କ ଅଭିଯୋଗ ଅନୁଯାୟୀ, ରାହାମା କେଳା ସାହି ବସ୍ତିର ମନୋଜ ସାହୁ (୪୦) ନାମକ ଯୁବକ ଝିଅକୁ ଦୁଷ୍କର୍ମ କରିବା ସହିତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା।ଏନେଇ ତିର୍ତୋଲ ଥାନା ଅଧିକାରୀଙ୍କ ସହିତ ସ୍ୱତନ୍ତ୍ର ଟିମ୍ ପହଞ୍ଚି ଫେରାର ଆସାମୀକୁ ଖୋଜାଖୋଜି କରିବା ସହିତ ତଦନ୍ତ ଚାଲୁ ରଖିଛନ୍ତି। ପୀଡ଼ିତାଙ୍କୁ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ତାଙ୍କୁ ଜଗତସିଂହପୁର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking