24.1 C
Bhubaneswar
Tuesday, February 10, 2026
Homeଓଡିଶାନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଦେବଗଡ: ୧୪ ବର୍ଷିଆ ନାବାଳିକାକୁ ୬୦ ବର୍ଷୀୟ ବୃଦ୍ଧର ଦୁଷ୍କର୍ମ । ଦୁଷ୍କର୍ମ କରି ଜେଲ ଗଲା ଅଭିଯୁକ୍ତ । ଦେବଗଡ ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଗତ ଜାନୁଆରୀ ୩୦ ତାରିଖ ସନ୍ଧ୍ୟାରେ ଖେଳପଡିଆରୁ ଘରକୁ ଫେରିବାବେଳେ ଅନ୍ଧାରର ସୁଯୋଗ ନେଇ ଏକ ପରିତ୍ୟକ୍ତ ଘରେ ବଳପୂର୍ବକ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଘରେ ଏକୁଟିଆ ରହୁଥିବା ପୀଡିତା ଓ ତା ମାଆକୁ ହତ୍ୟା ଧମକ ଦେଇ ଭୟଭୀତ କରି ରଖିଥିଲା ଅଭିଯୁକ୍ତ । ବାପା କାମ ପାଇଁ ବାହାରକୁ ଯାଇ ଥିବାରୁ ଘରକୁ ଫେରିବା ପରେ ଦେବଗଡ ଥାନାରେ ଅଭିଯୋଗ କରିଥିଲେ ପୀଡିତା । ପୋକ୍ସୋ ଆକ୍ଟ ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଦେବଗଡ ଥାନା ପୋଲିସ । ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ଜେଲ ଯାଇଛି ଅଭିଯୁକ୍ତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking