36.1 C
Bhubaneswar
Sunday, April 27, 2025
Homeଦେଶ ବିଦେଶନାବାଳିକାଙ୍କୁ ବ୍ୟାଡମିଣ୍ଟନ କୋଚଙ୍କ ଦୁଷ୍କର୍ମ ଅଭିଯୋଗ

ନାବାଳିକାଙ୍କୁ ବ୍ୟାଡମିଣ୍ଟନ କୋଚଙ୍କ ଦୁଷ୍କର୍ମ ଅଭିଯୋଗ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ୧୬ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ୨୬ ବର୍ଷୀୟ ବ୍ୟାଡମିଣ୍ଟନ କୋଚଙ୍କୁ ଗିରଫ କରାଯାଇଛି । ତାଙ୍କ ଫୋନ୍‌ରୁ ଅନ୍ୟ ୮ ନାବାଳିକାଙ୍କ ଅଶ୍ଳୀଳ ଫଟୋ ମଧ୍ୟ ଜବତ ହୋଇଛି । ଅଭିଯୁକ୍ତଙ୍କ ନାମ ସୁରେଶ ବାଲାଜୀ। ଘର ତାମିଲନାଡୁରେ । ସେ ଏକ ସ୍ଥାନୀୟ କୋଚିଙ୍ଗ୍‌ ସେଣ୍ଟରରେ କାର୍ଯ୍ୟ କରୁଛନ୍ତି । ଅଭିଯୋଗ ମୁତାବକ, ପୀଡ଼ିତା ନାବାଳିକା ୨ ବର୍ଷ ତଳେ କୋଚିଂ ସେଣ୍ଟରରେ ଯୋଗଦେଇଥିଲେ । ଦିନେ ସୁରେଶ ନାବାଳିକାଙ୍କୁ ତାଲିମ ଦେବା ବାହାନାରେ ନିଜ ଘରକୁ ନେଇଯାଇଥିଲେ । ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ । କାହାକୁ ନ କହିବା ପାଇଁ ସେ ଧମକ ବି ଦେଇଥିଲେ । ଏହାପରେ ଛୁଟି ଯୋଗୁ ନାବାଳିକା ଜଣକ ନିଜ ଆଈଘରକୁ ବୁଲିବାକୁ ଯାଇଥିଲେ । ସେ ଭୁଲରେ ତାଙ୍କ ଆଈଙ୍କ ଫୋନ୍‌ରୁ କୋଚ ସୁରେଶଙ୍କୁ ଏକ ଅଶ୍ଳୀଳ ଫଟୋ ପଠାଇ ଦେଇଥିଲେ । ଆଈ ତାହା ଦେଖିନେବା ପରେ ନାବାଳିକାଙ୍କ ପିତାମାତାଙ୍କୁ ଅବଗତ କରିଥିଲେ । ଏହାପରେ ସେମାନେ ପୁଲିସରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୁଲିସ ତାଙ୍କୁ ଗିରଫ କରିଛି । କୋର୍ଟ ତାଙ୍କୁ ୮ ଦିନ ପାଇଁ ପୁଲିସ ରିମାଣ୍ଡରେ ପଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking