ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପୁଣି ଲଜ୍ଜା । ଆଉ ଏକ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । କୁଜଙ୍ଗ ଥାନାରେ ଅଭିଯୋଗ ପରେ ୨ ଜଣଙ୍କୁ ଅଟକ ରଖିଛି ପୁଲିସ । ଜଣେ ୧୫ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ପୀଡ଼ିତା ଗର୍ଭବତୀ ହେବା ପରେ ଘଟଣା ପ୍ରଘଟ ହୋଇଛି । ପରିବାର ଲୋକ ଏନେଇ ଅଭିଯୁକ୍ତଙ୍କ ଘରକୁ ଯାଇ ପଚାରିବାରୁ ଟଙ୍କା ନେଇ ଚୁପ ରହିବାକୁ ଧମକ୍ ଦେଇଥିବା ଭଳି ସାଂଘାତିକ୍ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକ । ଏନେଇ କୁଜଙ୍ଗ ଥାନାରେ ୩ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ସମ୍ପୃକ୍ତ ଅଭିଯୁକ୍ତ ଓ ତାଙ୍କ ସହଯୋଗୀକୁ ଉଠାଇ ନେଇ ଜେରା କରୁଛି ପୋଲିସ । ବଡ଼ କଥା ହେଉଛି ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଜଣଙ୍କର ବୟସ ୬୦ ବର୍ଷରୁ ଅଧିକ ବୋଲି ସୂଚନା ମିଳିଛି ।










