25.1 C
Bhubaneswar
Thursday, March 19, 2026
Homeଓଡିଶାସଡକ ଦୁର୍ଘଟଣାରେ ନାବାଳକ ମୃତ

ସଡକ ଦୁର୍ଘଟଣାରେ ନାବାଳକ ମୃତ

ଯାଜପୁର: ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅନ୍ତର୍ଗତ ନାକାପୋଲା ଅଞ୍ଚଳ ନିକଟରେ ଗୁରୁବାର ଦିନ ଏକ ହାଇୱା ନାବାଳକକୁ ଧକ୍କା ଦେଇଛିଏହି ଧକ୍କା ଫଳରେ ଜଣେ ୧୦ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି। ମୃତକ ଜଣକ ତେଲୋରା ଗାଁର ଗଣେଶ୍ୱର ଘଡେଇଙ୍କ ୧୦ ବର୍ଷର ପୁଅ ବୋଲି ଚିହ୍ନଟ ହୋଇଛି। ସୂଚନା ଅନୁଯାୟୀ, ନାବାଳକ ଜଣକ ସାଇକେଲରେ ରାସ୍ତାରେ ଯାଉଥିବା ସମୟରେ ହାଇୱାଟି ତାଙ୍କ ଉପରେ ଚଢ଼ି ଯାଇଥିଲା।

ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ହାଇୱାର କାଚ ଭାଙ୍ଗି ଦେଇଥିଲେ ଏବଂ ଡ୍ରାଇଭରଙ୍କୁ ଅଟକ ରଖିଥିଲେ। ଏହା ସହିତ, ଆନ୍ଦୋଳନକାରୀ ଲୋକମାନେ ରାସ୍ତାରେ ଭାରୀ ଯାନବାହନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଥିଲେ ଏବଂ କ୍ଷତିପୂରଣ ଦାବି କରି ରାସ୍ତା ଅବରୋଧ କରିଥିଲେ। ସୂଚନା ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଲୋକଙ୍କୁ ପଚରାଉଚରା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking