କେନ୍ଦୁଝର : ଘର କାନ୍ଥ ଭୁଷୁଡି ଚାଲିଗଲା ନାବାଳିକାର ଜୀବନ । ଆନନ୍ଦପୁର ଉପଖଣ୍ଡ ବଡରମ୍ପାସ ଗାଁରେ ଅଭାବନୀୟ ଘଟଣା। ସକାଳୁ ପରୀକ୍ଷା ଦେବାକୁ ବାହାରିଥିବା ଗାଁର ଆନନ୍ଦ ସାହୁଙ୍କ ୮ବର୍ଷୀୟ ନାତୁଣୀ ସ୍ନେହଲତାଙ୍କ ମୃତ୍ୟ ହୋଇଛି । ବାପାଙ୍କ ମୃତ୍ୟୁ ପରେ ଅଜା ଘରେ ରହୁଥିଲା ସ୍ନେହଲତା । ଆଜି ପରୀକ୍ଷା ଦେବାକୁ ବାହାରୁ ଥିବା ବେଳେ ଅଚାନକ ତାଙ୍କ ଘରର ମାଟିକାନ୍ଥ ତା ଉପରେ ଭୁଶୁଡି ପଡ଼ିଥିଲା । ଆନନ୍ଦଙ୍କ ଚାଳଘର ଛପର ହେଉଥିବାରୁ ଉପସ୍ଥିତ ଗ୍ରାମବାସୀ ମାନେ ତାକୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡ଼ାକ୍ତରଖାନାକୁ ନେଇ ଥିଲେ ବି ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏଥିରେ ଆନନ୍ଦଙ୍କ ୫ ବର୍ଷୀୟ ନାତି ମଧ୍ୟ ଆହତ ହୋଇଛି ।