19.1 C
Bhubaneswar
Friday, December 12, 2025
Homeଓଡିଶାନାବାଳକର ମୃତଦେହ ଉଦ୍ଧାର

ନାବାଳକର ମୃତଦେହ ଉଦ୍ଧାର

ବ୍ରହ୍ମପୁର: ନାଳରେ ଭାସିଯାଇ ନିଖୋଜ ହୋଇଥିବା ନାବାଳକଙ୍କର ମୃତ ଦେହ ଉଦ୍ଧାର ହୋଇଛି। ୪ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମୃତଦେହ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଯୁବକ ଉଦ୍ଧାର କରିଛନ୍ତି । ମୁକୁଳା ଡ୍ରେନରେ ପଡି ବ୍ରହ୍ମପୁରର ବଡ଼ବଜାରର ୧୦ ବର୍ଷର ନାବାଳକ ସାଇରାମ ପାତ୍ର ନିଖୋଜ ହୋଇଥିଲେ ।

ଲକ୍ଷ୍ମୀ ନୃସିଂହ ସାହି ୧୪ନମ୍ବର ଗଳିର ଶେଷ ମୁଣ୍ଡରେ ଥିବା ନାଳରୁ ସାଇରାମଙ୍କ ମୃତଦେହ ଉଦ୍ଧାର ହୋଇଛି । ଟିଉସନ ସାରି ଘରକୁ ଆସିବା ପରେ ସାଇକେଲ ଧରି ଘରୁ ବାହାରକୁ ଯିବା ବେଳେ ନାଳରେ ଖସି ପଡ଼ିଥିଲେ । ଗତକାଲି ରାତି ୮ଟା ବେଳେ ସାଇକେଲ ଚଳାଇ ଆସୁଥିବା ସାଇରାମ ପାତ୍ର ହଠାତ୍ ରାସ୍ତା କଡ ନାଳରେ ପଡିଯାଇଥିଲେ । ପ୍ରବଳ ବର୍ଷା ଯୋଗୁଁ ନାଳ ପାଣି ରାସ୍ତା ଉପରକୁ ମାଡ଼ି ଆସିଥିଲା । ଫଳରେ ରାସ୍ତା ଓ ନାଳ ଜଣାପଡ଼ୁ ନ ଥିଲା। ପାଣିର ପ୍ରଖର ସ୍ରୋତରେ ସେ ଭାସି ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking