27.1 C
Bhubaneswar
Monday, March 30, 2026
Homeଓଡିଶାଗାଧୋଇବା ବେଳେ ଗୋଡ ଖସି ଚାଲିଗଲା ନାବାଳକଙ୍କ ଜୀବନ

ଗାଧୋଇବା ବେଳେ ଗୋଡ ଖସି ଚାଲିଗଲା ନାବାଳକଙ୍କ ଜୀବନ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ କୋଚିଆ କୋଇଲି ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରଶାନ୍ତ ଶିଅଳଙ୍କ ପୁତ୍ର ତୁଷାରକାନ୍ତ ଶିଅଳ(୧୩) କୋଚିଆ କୋଇଲି ସେହି ଗ୍ରାମରେ ଥିବା ଠାକୁରାଣୀ ପୋଖରୀରେ ଗାଧୋଉଥିବା ସମୟରେ ଗୋଡ଼ ଖସିଯିବାରୁ ପାଣିରେ ପୋଖରୀ ଭିତରକୁ ଖସି ଯାଇଥିଲେ। ପରିବାର ଲୋକ ଖୋଜାଖୋଜି କରିବାର କିଛି ସମୟ ପରେ ମନ୍ଦିର ପୋଖରୀରୁ ତାଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking