20.1 C
Bhubaneswar
Sunday, February 15, 2026
Homeଦେଶ ବିଦେଶବାଣ ବିସ୍ଫୋରଣରେ ଦୃଷ୍ଟିଶକ୍ତି ହରାଇଲା ନାବାଳକ

ବାଣ ବିସ୍ଫୋରଣରେ ଦୃଷ୍ଟିଶକ୍ତି ହରାଇଲା ନାବାଳକ

ମହାରାଷ୍ଟ୍ର: ମହାରାଷ୍ଟ୍ରର ବୀଡ ସହରରେ ଦୀପାବଳି ପାଳନ ସମୟରେ ହାତରେ ବାଣ ଫୁଟାଇବାରୁ ଜଣେ ୬ ବର୍ଷର ନାବାଳକର ଗୋଟିଏ ଆଖିର ଦୃଷ୍ଟିଶକ୍ତି ହରାଇଛି। ଏନେଇ ମଙ୍ଗଳବାର ଦିନ ବାଳକର ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ସୋମବାର ସନ୍ଧ୍ୟାରେ ସହରର ନାଗୋବା ଗଲିର ବାସିନ୍ଦା ବାଳକଟି ଫୋଟକା ଜାଳୁଥିଲା ବେଳେ ଏହି ଘଟଣା ଘଟିଥିଲା। ବାଣ ଜଳି ନପାରିବାରୁ, ବାଳକଟି ଦ୍ୱିତୀୟ ଥର ପାଇଁ ବାଣକୁ ଆଉଥରେ ଜାଳିବାକୁ ଚେଷ୍ଟା କଲା ଏବଂ ତାହା ବିସ୍ଫୋରଣ ହୋଇଗଲା। ଏହି ଘଟଣା ପରେ ଡାକ୍ତର ପିତାମାତାଙ୍କୁ ପିଲାମାନେ ଫୋଟକା ଖେଳୁଥିବା ସମୟରେ ସତର୍କ ରହିବାକୁ ନିବେଦନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking