33.1 C
Bhubaneswar
Monday, February 23, 2026
Homeଅପରାଧତ୍ରିକୋଣୀୟ ପ୍ରେମରୁ ନାବାଳକକୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ

ତ୍ରିକୋଣୀୟ ପ୍ରେମରୁ ନାବାଳକକୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ

ଦେବଗଡ: ତ୍ରିକୋଣୀୟ ପ୍ରେମରୁ ନାବାଳକଙ୍କୁ ହତ୍ୟା। ରଶିରେ ତଣ୍ଟି ଚିପି ଜଙ୍ଗଲରେ ଫିଙ୍ଗି ଦେଇଥିଲେ ମୃତଦେହ। ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ତୁଙ୍ଗାମାଳ ଗାଁ ଜଙ୍ଗଲରୁ ନାବାଳକ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ୨ ଜଣଙ୍କୁ ଗିରଫ କରି ଖୋଳତାଡ ଜାରି ରହିଛି। ମୁଖ୍ୟ ଅଭିଯୁକ୍ତ ନାକଟିଦେଉଳ ଥାନା ଚନ୍ଦ୍ରପୁର ଗାଁର ଓ ସହଯୋଗୀ କୁଣ୍ଢେଇଗୋଳା ଥାନା କୁରଡପଶି ଗାଁର। ମୃତକ ହେଲେ ତୁଙ୍ଗାମାଳ ଗାଁର ବିଜୟ ମୁଣ୍ଡାଙ୍କ ପୁଅ ଅମିତ ମୁଣ୍ଡା। ପୋଲିସ ସୂଚନା ଅନୁସାରେ, ମୃତକ ଓ ମୁଖ୍ୟ ଅଭିଯୁକ୍ତ ଜଣେ ଝିଅକୁ ଭଲ ପାଉଥିଲେ। ଝିଅ ସହ ସମ୍ପର୍କ ନରଖିବା ପାଇଁ ଅମିତଙ୍କୁ ମୁଖ୍ୟ ଅଭିଯୁକ୍ତ ବାରମ୍ବାର ମନା କରୁଥିଲା। ସେ ନମାନିବାରୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଥିଲା। ରାତିରେ କଥା ହେବା ବାହାନାରେ ଅମିତଙ୍କୁ ଡାକି ସହଯୋଗୀ ଅମନ ସହ ଏକ ରଶିରେ ତଂଟି ଚିପି ହତ୍ୟା କରିଥିଲା ଅଭିଯୁକ୍ତ। ସେମାନଙ୍କଠାରୁ ମୃତକଙ୍କ ମୋବାଇଲ ଓ ତଣ୍ଟି ଚିପି ହତ୍ୟା କରିଥିବା ରଶି ଜବତ ହୋଇଛି।

ଗତକାଲି ତୁଙ୍ଗାମାଳ ଜଙ୍ଗଲ ଭିତରୁ ଅମିତଙ୍କ ମୃତଦେହ ଠାବ ହୋଇଥିଲା। କେହି ହତ୍ୟା କରି ଜଙ୍ଗଲରେ ମୃତଦେହ ଫିଙ୍ଗି ଦେଇଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ପୋଲିସ। ତଦନ୍ତ ବେଳେ ସାମନାକୁ ଆସିଛି ତ୍ରିକୋଣୀୟ ପ୍ରେମରୁ ହତ୍ୟାର ସାଂଘାତିକ ତଥ୍ୟ। ଚାରି ଦିନ ତଳେ ସମାନ ପ୍ରେମକୁ ନେଇ ହୋଇଥିଲା ଜଘନ୍ୟ କାଣ୍‌ତ । ପ୍ରଥମେ ଏକତରଫା ପ୍ରେମରୁ ଯୁବତୀଙ୍କୁ ଗଳାକାଟି ମାରିଥିଲା । ପରେ ହତ୍ୟାକାଣ୍ଡ ଘଟାଇ କୁଆଡେ ଫେରାର୍ ହୋଇଯାଇଥିଲା । ଆଉ ୩ ଦିନ ପରେ ପୋଲିସ ହାତରେ ଧରାପଡିବାରୁ ଭୟରେ ବିଷ ପିଇଦେଲା ପାଗଳ ପ୍ରେମିକ । ସୋର ଲିଙ୍ଗପଡ଼ାରେ ଯୁବତୀଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ଯୁବକ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ସେ ପୋଲିସକୁ ଦେଖି ବିଷ ପିଇଥିବା ସୂଚନା ମିଳିଥିଲା । ତାକୁ ଗୁରୁତର ଅବସ୍ଥାରେ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking