ଅନୁଗୋଳ : ପୋଖରୀରେ ବୁଡି ନାବାଳକ ମୃତ । ମାଟ୍ରିକ ପରୀକ୍ଷା ସରିବା ପରେ ଅଜା ଘରକୁ ବୁଲିବାକୁ ଯାଇ ଜୀବନ ହରାଇଲେ ନାବାଳକ। ମାଟ୍ରିକ ପରୀକ୍ଷାରେ ଭଲ କରିଥିଲେ । ସେପଟେ ଘରୋଇ ଶିକ୍ଷାନୁଷ୍ଠାନରେ ଆଡ଼ମିସନ କରି ମଧ୍ୟ ସାରିଥିଲେ। କିନ୍ତୁ ଦଇବର ନିର୍ଦେଶ ଅଲଗା ଥିଲା। ଶେଷରେ ପୋଖରୀରେ ବୁଡି ନାବାଳକ ମୃତ୍ୟୁ ବରଣ କଲେ। ମାମୁ ଘର ବଳରାମ ପ୍ରସାଦର କଟା ବନ୍ଧରେ ସାଙ୍ଗମାନଙ୍କ ସହ ଗାଧେଇବା ବେଳେ ଅଘଟଣ।ପୋଖରୀରେ ସଙ୍ଗ ମାନଙ୍କ ସହ ଗାଧେଇବା ବେଳେ ବୁଡି ଯାଇ ପ୍ରାଣ ହରାଇଲେ ସିଦ୍ଧାନ୍ତ ସାହୁ । ମୃତକ ସିଦ୍ଧାନ୍ତ ସାହୁଙ୍କ ଘର ଶାବଳଭଙ୍ଗା ଅଞ୍ଚଳର ଜଣାପଡିଛି।










