24.1 C
Bhubaneswar
Thursday, March 12, 2026
Homeଦେଶ ବିଦେଶନାବାଳକଙ୍କୁ ଅପହରଣ ପରେ ବିଭତ୍ସ ହତ୍ୟା

ନାବାଳକଙ୍କୁ ଅପହରଣ ପରେ ବିଭତ୍ସ ହତ୍ୟା

ବେଙ୍ଗାଲୁରୁ: ମରିଗଲା ମାନବିକତା। ୧୩ ବର୍ଷର ନାବାଳକଙ୍କୁ ଅପହରଣ ପରେ ବିଭତ୍ସ ହତ୍ୟା। ପିଟି ପିଟି ମାରିଦେଲା ନର ରାକ୍ଷସ। ସେତିକିରେ ମନ ବୁଝିଲାନି ଯେ ଜାଳିଦେଲା ନାବାଳକଙ୍କ ମୃତଦେହ। କୁନି ପିଲାଟିର ବିକଳ ଚିତ୍କାରରେ ବି ଥରିଲାନି ପିଶାଚର ହାତ। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା। କଗଲିପୁରା ଅଞ୍ଚଳର ଏକ ଶୂନସାନ୍ ରାସ୍ତାକଡ଼ରୁ ଉଦ୍ଧାର ହେଲା ଦରପୋଡ଼ା ଶବ।

ଅଭିଯୋଗ ଅନୁଯାୟୀ, ବେଙ୍ଗାଲୁରୁର କଗଲିପୁରା ଅଞ୍ଚଳର ଜେସି ଅଚିତଙ୍କ ୧୩ ବର୍ଷର ପୁଅ ନିଶ୍ଚିତ ଖ୍ରାଇଷ୍ଟ ସ୍କୁଲର ୮ମ ଶ୍ରେଣୀର ଛାତ୍ର। ବୁଧବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ନିଶ୍ଚିତ ଟ୍ୟୁସନ ଯାଇ ଆଉ ଘରକୁ ଫେରିନଥିଲା। ସନ୍ଧ୍ୟା ସାଢେ ୭ଟା ବେଳେ ପରିବାର ଲୋକେ ଟ୍ୟୁସନ ସାର୍‌ଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ନିଶ୍ଚିତ ଟ୍ୟୁସନରୁ ଠିକ୍ ସମୟରେ ଚାଲିଯାଇଥିବା ସାର୍ କହିଥିଲେ। ଏହାପରେ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ଏହି ସମୟରେ ଅରେକେରେ ଫ୍ୟାମିଲି ପାର୍କ ନିକଟରେ ନିଶ୍ଚିତର ସାକେଲ୍ ମିଳିଥିଲା। ତାଙ୍କୁ ଏକ ଅଜ୍ଞାତ ନମ୍ଵରରୁ କଲ୍ ଆସିଥିଲା। ୫ ଲକ୍ଷ ଟଙ୍କା ଦେଲେ ଯାଇ ପୁଅକୁ ଛାଡ଼ିବ ବୋଲି ଅପହରଣକାରୀ କହିଥିଲା।

ଏହାପରେ ନାବାଳକଙ୍କ ପରିବାର ଲୋକ ହୁଲିମାବୁ ଥାନାରେ ଅପହରଣ ଅଭିଯୋଗ କରିଥିଲେ। ପୁଲିସ ଟିମ୍ ଖୋଜାଖୋଜି ଆରମ୍ଭ କରିଥିଲେ। ଗୁରୁବାର ସକାଳେ କଗଲିପୁରା ଅଞ୍ଚଳର ଏକ ଶୂନସାନ୍ ରାସ୍ତାକଡ଼ରେ ନାବାଳକଙ୍କ ଦରପୋଡ଼ା ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ ଏବେ ଶବ ଜବତ କରି ଅଭିଯୁକ୍ତକୁ ଖୋଜୁଛି। ନାବାଳକଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିବାରୁ ଅପହରଣକାରୀ ନିଶ୍ଚିତକୁ ପିଟିପିଟି ହତ୍ୟା କରିଥିବା ପୁଲିସ କହୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking