14.1 C
Bhubaneswar
Monday, January 12, 2026
Homeଦେଶ ବିଦେଶନାବାଳକଙ୍କୁ ପିଟି ପିଟି ହତ୍ୟା

ନାବାଳକଙ୍କୁ ପିଟି ପିଟି ହତ୍ୟା

ନୂଆଦିଲ୍ଲୀ: ନାବାଳକଙ୍କୁ ପିଟି ପିଟି ହତ୍ୟା। ଦିଲ୍ଲୀର ତ୍ରିଲୋକପୁରୀ ଅଞ୍ଚଳରେ ୧୭ ବର୍ଷୀୟ ଏକାଦଶ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ପୋଲିସ ଏହି ମାମଲାରେ ୬ ଜଣ ନାବାଳକ ଅଭିଯୁକ୍ତଙ୍କୁ ଅଟକ ରଖିଛି। ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଛାତ୍ର ଜଣକ ଏକାଦଶ ଶ୍ରେଣୀର ଛାତ୍ର ଏବଂ ଇନ୍ଦିରା କ୍ୟାମ୍ପର ବାସିନ୍ଦା ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଜାନୁଆରୀ ୫ ତାରିଖ ସୋମବାର ସନ୍ଧ୍ୟାରେ, ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ହୋଇଥିଲାଏହି ବିବାଦକୁ ନେଇ ଜଣ ବନ୍ଧୁ ଘେରି ଯାଇ ତାଙ୍କୁ ନିର୍ମମ ଭାବରେ ମାଡ଼ ମାରିଥିଲେ। ସେମାନେ ଏତେ ମାଡ଼ ମାରିଥିଲେ ଯେ ସେ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଲାଲ ବାହାଦୁର ଶାସ୍ତ୍ରୀ ହସ୍ପିଟାଲରୁ ଜିଟିବିକୁ ରେଫର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଛାତ୍ରଙ୍କ ପରିବାରର ଅଭିଯୋଗ ପରେ, ପୋଲିସ ଏକ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking