25.1 C
Bhubaneswar
Wednesday, March 11, 2026
Homeଓଡିଶା୨୦୨୫-୨୬ ପାଇଁ ପ୍ରମୁଖ କୃଷି ଫସଲ (ଖରିଫ ଏବଂ ରବି) ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ...

୨୦୨୫-୨୬ ପାଇଁ ପ୍ରମୁଖ କୃଷି ଫସଲ (ଖରିଫ ଏବଂ ରବି) ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲାକୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ

ଫସଲର ଦ୍ୱିତୀୟ ଅଗ୍ରୀମ ଆକଳନକୁ ଅନୁମୋଦନ କଲେକେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର କୃଷି କ୍ଷେତ୍ରର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି: ଶ୍ରୀ ଶିବରାଜ ସିଂହ
ଖରିଫ ଏବଂ ରବି ଉତ୍ପାଦନ ୧୭୪୧.୪୪ ଏବଂ ୧୭୪୫.୧୩ଲକ୍ଷମେଟ୍ରିକ୍ ଟନ୍ (ଏଲଏମଟି)ରହିବାରଆକଳନ କରାଯାଇଛି
ଖରିଫରେ ଧାନ ଉତ୍ପାଦନ ୧୨୩୯.୨୮ ଏଲଏମଟିଏବଂ ରବିରେ ୧୬୭.୨୦ଏଲଏମଟିରହିବାନେଇଆକଳନ କରାଯାଇଛି
ଗତ ବର୍ଷ ତୁଳନାରେ ଗହମ ଉତ୍ପାଦନ ୧୨୦୨.୧୦ ଏଲଏମଟିରହିବାନେଇଆକଳନ କରାଯାଇଛି
ଡାଲି ଉତ୍ପାଦନ ଅଟକଳ: ହରଡ଼୩୪.୫୫ଏଲଏମଟି, ଚଣା ୧୧୭.୯୨ଏଲଏମଟି, ମସୁର ୧୭.୩୩ଏଲଏମଟି
କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ୨୦୨୫-୨୬ ବର୍ଷ ପାଇଁ ପ୍ରମୁଖ କୃଷି ଫସଲ (ଖରିଫ ଏବଂ ରବି) ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କରିଛି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ପ୍ରମୁଖ କୃଷି ଫସଲର ତଥ୍ୟକୁ ଅନୁମୋଦନ କରିଛନ୍ତି । ଏହିତଥ୍ୟପ୍ରକାଶ କରି ସେକହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର କୃଷକମାନଙ୍କ ସମୃଦ୍ଧିଏବଂ କୃଷି କ୍ଷେତ୍ରର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ଫଳସ୍ୱରୂପ, ଆମର କୃଷି କ୍ଷେତ୍ର ସ୍ଥିର ପ୍ରଗତି କରୁଛି।
ରାଜ୍ୟଗୁଡ଼ିକରୁ ପ୍ରାପ୍ତ ଫସଲ କ୍ଷେତ୍ରତଥ୍ୟକୁ ରିମୋଟ୍ ସେନ୍ସିଂ, ସାପ୍ତାହିକ ଫସଲ ପାଣିପାଗ ପର୍ଯ୍ୟବେକ୍ଷଣ ଗୋଷ୍ଠୀ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକରୁ ପ୍ରାପ୍ତ ସୂଚନା ସହିତ ପ୍ରମାଣିତକରାଯାଇଛି। ଏହା ବ୍ୟତୀତ, ଉତ୍ପାଦନଆକଳନଫସଲଅମଳପ୍ରୟୋଗ (ସିସିଇ), ପୂର୍ବ ଧାରା ଏବଂ ଅନ୍ୟାନ୍ୟ ଯୋଗଦାନକାରୀ କାରଣ ଉପରେ ଆଧାରିତ। ଦ୍ୱିତୀୟ ଅଗ୍ରିମ ଆକଳନ ଖରିଫ ଏବଂ ରବି ଋତୁକୁ ସାମିଲ କରିଥାଏ।ଗ୍ରୀଷ୍ମ ଋତୁକୁ ତୃତୀୟ ଅଗ୍ରିମ ଆକଳନରେ ସାମିଲ କରାଯିବ।
ଏଥର ଖାଦ୍ୟଶସ୍ୟ ଉତ୍ପାଦନ ପରିସ୍ଥିତି ଅତ୍ୟନ୍ତ ଦୃଢ଼ ଏବଂ ଏକ ରେକର୍ଡ ସ୍ତରରେ ଥିବା ପରି ମନେ ହେଉଛି। ୨୦୨୫-୨୬ ପାଇଁ ଦ୍ୱିତୀୟ ଅଗ୍ରିମ ଆକଳନ ଅନୁଯାୟୀ, ଖରିଫ ଖାଦ୍ୟଶସ୍ୟ ଉତ୍ପାଦନ ୧୭୪୧.୪୪ ଲକ୍ଷମେଟ୍ରିକ୍ ଟନ୍ (ଏଲଏମଟି)ଏବଂ ରବି ଖାଦ୍ୟଶସ୍ୟ ଉତ୍ପାଦନ ୧୭୪୫.୧୩ଏଲଏମଟିହେବ ବୋଲି ଆକଳନ କରାଯାଇଛି। ଏହା ଗତ ବର୍ଷର ଖରିଫ ଖାଦ୍ୟଶସ୍ୟ ଉତ୍ପାଦନ ୧୬୯୪.୬୦ଏଲଏମଟିଏବଂ ରବି ଖାଦ୍ୟଶସ୍ୟ ଉତ୍ପାଦନ ୧୬୯୧.୬୬ଏଲଏମଟିତୁଳନାରେ ଯଥାକ୍ରମେ ପ୍ରାୟ ୪୬ଏଲଏମଟି (୨.୮%) ଏବଂ ୫୩ଏଲଏମଟି (୩.୨%) ଅଧିକ।
ଖରିଫ ଧାନ ଉତ୍ପାଦନ ୨୦୨୪-୨୫ ମସିହାର ୧୨୨୭.୭୨ ଲକ୍ଷ ମେଟ୍ରିକ ଟନ୍ ତୁଳନାରେ ୧୨୩୯.୨୮ ଲକ୍ଷ ମେଟ୍ରିକ ଟନ୍ ହେବ ବୋଲି ଆକଳନ କରାଯାଇଛି, ଯାହା ୧୧.୫୬ ଲକ୍ଷ ମେଟ୍ରିକ ଟନ୍ ଅଧିକ। ରବି ଧାନ ଉତ୍ପାଦନ ୧୬୭.୨୦ ଲକ୍ଷ ମେଟ୍ରିକ ଟନ୍ ହେବ ବୋଲି ଆକଳନ କରାଯାଇଛି। ଗହମ ଉତ୍ପାଦନ ୧୨୦୨.୧୦ ଲକ୍ଷ ମେଟ୍ରିକ ଟନ୍ ହେବ ବୋଲି ଆକଳନ କରାଯାଇଛି, ଯାହା ପୂର୍ବ ବର୍ଷର ୧୧୭୯.୪୫ ଲକ୍ଷ ମେଟ୍ରିକ ଟନ୍ ତୁଳନାରେ ୨୨.୬୫ ଲକ୍ଷ ମେଟ୍ରିକ ଟନ୍ ଅଧିକ।
ଶ୍ରୀ ଅନ୍ନ (ଖରିଫ) ଉତ୍ପାଦନ ୧୨୩.୪୩ ଏଲଏମଟିଏବଂ ଶ୍ରୀ ଅନ୍ନ (ରବି) ୩୦.୯୮ଏଲଏମଟିହେବ ବୋଲି ଆକଳନ କରାଯାଇଛି। ଖରିଫ ମକା ଉତ୍ପାଦନ ରେକର୍ଡ ୩୦୨.୪୭ଏଲଏମଟିଏବଂ ରବି ମକା ଉତ୍ପାଦନ ରେକର୍ଡ ୧୫୯.୦୩ଏଲଏମଟିହେବ ବୋଲି ଆକଳନ କରାଯାଇଛି, ଯାହା ଫଳରେ ପୁଷ୍ଟିକର ଶସ୍ୟରେ ମଧ୍ୟ ଦୃଢ଼ ଅଭିବୃଦ୍ଧି ଘଟିଛି। ପୁଷ୍ଟିକରଶସ୍ୟ (ଖରିଫ) ଉତ୍ପାଦନ ୪୨୫.୮୯ଏଲଏମଟିଏବଂ ନ୍ୟୁଟ୍ରି/ମୋଟା ଶସ୍ୟ (ରବି) ଉତ୍ପାଦନ ୨୧୩.୪୧ଏଲଏମଟିହେବ ବୋଲି ଆକଳନ କରାଯାଇଛି।
ହରଡ଼ ଏବଂ ଚଣା ଉତ୍ପାଦନ ଯଥାକ୍ରମେ ୩୪.୫୫ଏଲଏମଟିଏବଂ ୧୧୭.୯୨ଏଲଏମଟିଏବଂ ମସୁର ଉତ୍ପାଦନ ୧୭.୩୩ଏଲଏମଟିହେବ ବୋଲି ଆକଳନ କରାଯାଇଛି।
ଖରିଫ ଏବଂ ରବି ଚିନାବାଦାମର ଉତ୍ପାଦନ ଯଥାକ୍ରମେ ୧୧୨.୯୪ ଏଲଏମଟିଏବଂ ୭.୯୭ ଏଲଏମଟିହେବ ବୋଲି ଆକଳନ କରାଯାଇଛି। ଚଳିତବର୍ଷଖରିଫ ଚିନାବାଦାମ ଉତ୍ପାଦନ ଆକଳନପୂର୍ବ ବର୍ଷ ଖରିଫ ଚିନାବାଦାମ ଉତ୍ପାଦନ ୧୦୪.୧୨ ଏଲଏମଟିତୁଳନାରେ ୮.୮୨ ଏଲଏମଟିଅଧିକ। ସୋୟାବିନ ଉତ୍ପାଦନ ୧୨୭.୨୦ ଏଲଏମଟିଏବଂ ରେପସିଡ ଏବଂ ସୋରିଷ ଉତ୍ପାଦନ ୧୩୩.୩୧ ଏଲଏମଟିହେବ ବୋଲି ଆକଳନ କରାଯାଇଛି। କପା ଉତ୍ପାଦନ ୨୯୦.୯୧ ଲକ୍ଷ ବାଲ୍ (ପ୍ରତ୍ୟେକ ୧୭୦ କିଲୋଗ୍ରାମ) ଏବଂ ଆଖୁ ଉତ୍ପାଦନ ୫୦୦୧.୯୭ ଏଲଏମଟିହେବ ବୋଲି ଆକଳନ କରାଯାଇଛି।
ଖରିଫ ଫସଲ ଉତ୍ପାଦନ ଆକଳନ ପ୍ରସ୍ତୁତ କରିବା ସମୟରେ ଫସଲ କଟା ପରୀକ୍ଷଣ (ସିସିଇ) ଆଧାରିତ ଅମଳକୁ ବିଚାରକୁ ନିଆଯାଇଛି। ଏହା ବ୍ୟତୀତ, ହରଡ଼, ଆଖୁ, କାଷ୍ଟର ଇତ୍ୟାଦି କିଛି ଫସଲର ସିସିଇଏପର୍ଯ୍ୟନ୍ତ ଜାରି ରହିଛି। ରବି ଫସଲ ଉତ୍ପାଦନ ହାରାହାରି ଅମଳ ଉପରେ ଆଧାରିତ ଏବଂ ସିସିଇଉପରେ ଆଧାରିତ ଉତ୍ତମ ଅମଳ ଆକଳନ ପ୍ରାପ୍ତି ପରେ କ୍ରମାଗତ ଆକଳନରେ ପରିବର୍ତ୍ତନ ହୋଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking