ଭୁବନେଶ୍ୱର : ସେବାୟତଙ୍କୁ ଆଇନ ମନ୍ତ୍ରୀଙ୍କ କଡା ଚେତାବନୀ ଦେଇଛନ୍ତି । କୌଣସି ଦ୍ୱନ୍ଦ୍ୱ ଥିଲେ ମ୍ୟାନେଜମେଣ୍ଟକୁ ଜଣାନ୍ତୁ । ମହାପ୍ରଭୁଙ୍କ ନୀତିରେ ତ୍ରୁଟି ହେଲେ ଗ୍ରହଣ କରାଯିବନି । ସେବା ପୂଜାରେ ବ୍ୟାଘାତ ସୃଷ୍ଟି ନକରିବାକୁ ମନ୍ତ୍ରୀ ଅପିଲ କରିଛନ୍ତି । ନଚେତ ସରକାର କଠୋର କାଯ୍ୟାନୁଷ୍ଠାନ ନେବେ କହିଛନ୍ତି ଆଇନ ମନ୍ତ୍ରୀ । କେବଳ ଏତିକି ନୁହେଁ, ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କିଛି ଲୋକ ରାଜନୈତିକ ରୁଟି ସେକୁଛନ୍ତି କହିଲେ । ଏହା ଆମେ କରିବାକୁ ଦେବୁ ନାହିଁ , ସମସ୍ତେ ସୁଧୁରି ଯାଆନ୍ତୁ । ପୂର୍ୱ ସରକାର ଅମଳରେ ସମସ୍ୟା ସମାଧାନ ପାଇଁ କିଛି ହେଲାନି ।