26.1 C
Bhubaneswar
Monday, November 25, 2024
Homeଓଡିଶାପ୍ରଦୂଷଣ ନିୟନ୍ତ୍ରଣକୁ ନେଇ ମନ୍ତ୍ରୀଙ୍କ ଚେତାବନୀ

ପ୍ରଦୂଷଣ ନିୟନ୍ତ୍ରଣକୁ ନେଇ ମନ୍ତ୍ରୀଙ୍କ ଚେତାବନୀ

ଭୁବନେଶ୍ବର: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଦୂଷଣ ନିୟନ୍ତ୍ରଣକୁ ନେଇ । କଡ଼ା ତାଗିଦ୍ କରିଛନ୍ତି ଖଣି ମାଲିକ ଓ ସରକାରୀ ଅଧିକାରୀ ମନ୍ତ୍ରୀଙ୍କୁ । ସରକାରୀ ଯୋଜନା ଓ ନିୟମ କାର୍ଯ୍ୟକାରୀ ପାଇଁ ମାସକର ମହଲତ ଦେବା ସହ ମାସକ ମଧ୍ୟରେ ନିୟମ ପାଳନ ନହେଲେ କଡ଼ା କାର୍ଯ୍ୟନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ।ସରକାରୀ ଯୋଜନା ଓ ନିୟମ କାର୍ଯ୍ୟକାରୀ ପାଇଁ ଦେଲେ ମାସକର ମହଲତ । ମାସକ ମଧ୍ୟରେ ନିୟମ ପାଳନ ନହେଲେ ହେବ କାର୍ଯ୍ୟନୁଷ୍ଠାନ। ଆଇସିସି ପକ୍ଷରୁ ଆୟୋଜିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଯୋଗଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏହା କହିଛନ୍ତି। ଆଇସିସି ପକ୍ଷରୁ ଆୟୋଜିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି,  ଡିଏମଏଫ୍ ଫଣ୍ଡରେ ପଡ଼ିରହିଛି ୧୮ ହଜାର କୋଟି ଟଙ୍କା । ଡିଏମଏଫ୍ ଫଣ୍ଡର ହେଉନି ସଦୁପଯୋଗ । ଯୋଡ଼ା ବଡ଼ବିଲ ଅଞ୍ଚଳର ସ୍ଥିତି ବଖାଣି ଉଦବେଗ ପ୍ରକାଶ କରି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, ଏହି ଅଞ୍ଚଳରେ ୧୪୧ଟି ଖଣି ଅଛି । ୬୦ରୁ ୭୦ଟି  ଶିଳ୍ପ ଅଛି । ହେଲେ ମେଞ୍ଚା ମେଞ୍ଚା ଧୂଳି ଜମୁଛି । ପାଣି ସିଞ୍ଚା ଯାଉନି । ମାଇନିଂ ଆକ୍ଟିଭିଟି ବଢୁଛି । ଆମକୁ ତ୍ରୁଟିକୁ ମାନିବାକୁ ପଡ଼ିବ । ଲୋକେ ଧୂଳିରେ ପୋତି ହେଉଛନ୍ତି । ପଇସା ଅଛି, କାହିଁକି ସବୁକିଛି ଷ୍ଟ୍ରିମଲାଇନ ହେଉନି । ଏସି ରୁମରେ ବସି ଯୋଜନା ହେଉଛି, କାର୍ଯ୍ୟାନ୍ଵୟନ ହେଉନି । ସମାଧାନ ବାହାର କରିବାର ଅଛି । ମେଞ୍ଚା ମେଞ୍ଚା ଅଫିସର ଯନ୍ତ୍ରୀ ଅଛନ୍ତି, କାମ ହେଉନି । ଜଳ, ଜଙ୍ଗଲ ଆଉ ଜମିକୁ ସୁରକ୍ଷା ଦେବା ଉଚିତ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking