30.1 C
Bhubaneswar
Saturday, October 5, 2024
Homeଓଡିଶାମିଲ୍‌ ଓ ଗୋଦାମକୁ ମନ୍ତ୍ରୀଙ୍କ ଅଚାନକ ପରିଦର୍ଶନ

ମିଲ୍‌ ଓ ଗୋଦାମକୁ ମନ୍ତ୍ରୀଙ୍କ ଅଚାନକ ପରିଦର୍ଶନ

ଭୁବନେଶ୍ୱର : ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବୌଦ୍ଧ ଓ ସୋନପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ଗୋଦାମ ଓ ମିଲ୍‌କୁ ଅଚାନକ ପରିଦର୍ଶନ କରିଛନ୍ତି । ବୌଦ୍ଧ ଜିଲାର ରାଣୀସତୀ ମିଲ୍‌ ଓ ସେଣ୍ଟ୍ରାଲ ପିଇଜି ଗୋଦାମ ଅଚାନକ ପରିଦର୍ଶନ କରି ସେଠାରେ ହେଉଥିବା ବିଭିନ୍ନ ଅନିୟମିତତା ଅଭିଯୋଗର ଯାଞ୍ଚ କରିଥିଲେ । ଉକ୍ତ ମିଲ୍‌ରେ ନିମ୍ନ ମାନର ପୋକରା ଚାଉଳକୁ ରିସାଇକିଲିଂ କରି ପଞ୍ଚାୟତକୁ ପଠାଇବା ଓ ଓଜନ ମାପରେ ଠକେଇ ଅଭିଯୋଗର ଯାଞ୍ଚ କରିବା ସହ ମିଲ୍‌ ପରିଚାଳନାକୁ ନେଇ ମନ୍ତ୍ରୀ ଶ୍ରୀ ପାତ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ ।
ସେହିପରି ସୋନପୁର ଜିଲାର ଶିଆଳିଜୁରିସ୍ଥିତ ଲଳିତା ରାଇସ୍‌ ମିଲ୍‌ ଓ ଶୀତଳ ରାଇସ୍‌ ମିଲ୍‌ ଅଚାନକ ପରିଦର୍ଶନ କରିଥିଲେ । ସେଠାରେ ବିଭିନ୍ନ ଅନିୟମିତତା ଅଭିଯୋଗର ଯାଞ୍ଚ କରିଥିଲେ । ନିମ୍ନ ମାନର ଚାଉଳ ଯୋଗାଣକୁ ନେଇ ବିହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଥିଲେ । ପରେ ମନ୍ତ୍ରୀ ଶ୍ରୀ ପାତ୍ର ସମୀକ୍ଷା ବୈଠକରେ ଯୋଗଦେଇ ଅଧିକାରୀ ମାନଙ୍କ ସହ ଜିଲ୍ଲା ସ୍ୱାର୍ଥ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହି ଗସ୍ତ ଅବସରରେ ଯୋଗାଣ ଅଧିକାରୀ, ମାର୍କେଟିଂ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking