29.1 C
Bhubaneswar
Thursday, January 23, 2025
Homeଓଡିଶାନବ ଦାସ ହତ୍ୟା ମାମଲାରେ ମନ୍ତ୍ରୀଙ୍କର ଚାଞ୍ଚଲ୍ୟକର ବୟାନ     

ନବ ଦାସ ହତ୍ୟା ମାମଲାରେ ମନ୍ତ୍ରୀଙ୍କର ଚାଞ୍ଚଲ୍ୟକର ବୟାନ     

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି  ମନ୍ତ୍ରୀ ସୁରେଶ ପୂଜାରୀ ।  କହିଛନ୍ତି ,  ମୁଁ ସେତେବେଳେ ମୃତ୍ୟୁକୁ ନେଇ  ଅନେକ ତଥ୍ୟ ଦେଇଥିଲି ହେଲେ ତାହା  ଆଇସୋଲେସନରେ ରହିଗଲା ।  ପୁଣି ତଦନ୍ତ କଲେ ଦୋଷୀ ଧରାପଡିବ ।  ବିଜେଡି ସରକାର ଥିବା ବେଳେ   କ୍ୟାବିନେଟ ମନ୍ତ୍ରୀ ଥିଲେ ନବ ବାବୁ । ତାଙ୍କ ଉପରକୁ ଗୁଳି ମାଡ  ହୋଇଥିଲା ।  ସଙ୍ଗେସଙ୍ଗେ ସେ ଗୁରୁତର ହୋଇପଡିଥିଲେ । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଜିଲ୍ଲା  ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ।  ଡାକ୍ତର ସେଠାରେ ତାଙ୍କର ଇସିଜି ଟେଷ୍ଟ କରିଛନ୍ତି । ତାପରେ ରିପୋର୍ଟକୁ ନେଇ କେଁ ଦେଖାଦେଇଛି । ପରେ ପରେ  ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଯାଇଥିଲା ।  ହେଲେ ବାବୁମାନେ କାହା ଚାପରେ କେମିତି ତଦନ୍ତ କଲେ ଯେ ଘଟଣାର ଦୁଇବର୍ଷ ପୂରିବାକୁ ବସିଲାଣି ହତ୍ୟା ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ କିଏ ଥିଲେ ସେନେଇ କିଛି ଜଣାପଡ଼ିଲା ନାହିଁ । ଖାଲି ଏତିକି ନୁହେଁ ବରଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନରେ ବି ଭୁଲ ରିପୋର୍ଟ ଦର୍ଶାଯାଇଥିବା ରିପୋର୍ଟରେ କୁହାଯାଇଛି । ଏହାସହ ଜାଣିଶୁଣି ମାମଲାକୁ ଚପା ଯାଇଥିବା ଅଭିଯୋଗ ହୋଇଛି । ଦିନ ଯେତିକି ଗଡୁଛି, ମାମଲାକୁ ନେଇ ସେତିକି ଚାପା ଗୁଞ୍ଜରଣା ସୃଷ୍ଟି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking