20.1 C
Bhubaneswar
Friday, December 26, 2025
Homeଓଡିଶାକୁଚିଣ୍ଡା ନାବାଳିକା ଗଣଦୁଷ୍କର୍ମ ଘଟଣାରେ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ: ବିଜେଡି

କୁଚିଣ୍ଡା ନାବାଳିକା ଗଣଦୁଷ୍କର୍ମ ଘଟଣାରେ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ: ବିଜେଡି

– ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ରାଜ୍ୟ ସରକାର ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରୁଥିଲେ ବୋଲି ସ୍ପଷ୍ଟ ହୋଇଛି
– ବିଜେଡି ଘଟଣାକୁ ଗୁରୁତ୍ଵର ସହ ନେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେଲା

ଭୁବନେଶ୍ୱର : କୁଚିଣ୍ଡାରେ ଦଳିତ ନାବାଳିକାର ଗଣଦୁଷ୍କର୍ମ ମାମଲାକୁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରିବା ସହିତ ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ କରିବା ପରେ, ବାହାରେ ବୁଲୁଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ଗଣଦୁଷ୍କର୍ମ ଅଭିଯୋଗ ମଧ୍ୟ ଏଫଆଇଆରରେ ଯୋଡ଼ା ଯାଇଛି। ବିଜୁ ଜନତା ଦଳ ତରଫରୁ ଆଜି ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି, ଦଳ ଏହି ଘଟଣାକୁ ଗୁରୁତର ସହିତ ନେବା ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ରାଜ୍ୟ ସରକାର ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିଲେ ବୋଲି ସ୍ପଷ୍ଟ ପ୍ରମାଣିତ ହେଉଛି।

ଉଲ୍ଲେଖଯୋଗ୍ୟ, ଏହି ଘଟଣା ଅକ୍ଟୋବର ୧୫ ତାରିଖରେ ଘଟିଥିଲେ ମଧ୍ୟ ପୋଲିସ ଏହି ଘଟଣାରେ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଟାଳଟୁଳ ନୀତି ଅଵଲମ୍ବନ କରୁଥିଲା। ଏହି ଘଟଣାରେ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିବା ସହିତ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରି ସେମାନଙ୍କୁ ତୁରନ୍ତ ପୀଡିତା ଓ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ଘଟଣା ବିଷୟରେ ସବିଶେଷ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଜୁ ଜନତା ଦଳ ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାରେ ପୋଲିସ ଗଣଦୁଷ୍କର୍ମ ଅଭିଯୋଗକୁ ଗ୍ରହଣ କରୁ ନଥିବା ଓ ପଞ୍ଚାୟତରାଜ ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ସମେତ ଦୁଇ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ନକରିବା, ରାଜ୍ୟ ସରକାରଙ୍କ ଦ୍ୱାରା ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଛି ବୋଲି ଅଭିଯୋଗ କରା ଯାଇଥିଲା। ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ହରିହର ପାଣିଙ୍କ ଗିରଫ ନେଇ ତାଙ୍କୁ ଖୋଜା ଯାଉଛି ବୋଲି ପୋଲିସ ତରଫରୁ କୁହାଯାଇ ଆସୁଥିଲା।

ବିଜୁ ଜନତା ଦଳ ଘଟଣାକୁ ଗୁରୁତ୍ୱର ସହ ନେବା ପରେ, ପୋଲିସ ମନ୍ତ୍ରୀଙ୍କ ସହଯୋଗୀ ହରିହର ପାଣି ଓ ଗିରଫ ନହୋଇଥିବା ଅନ୍ୟଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଗଣଦୁଷ୍କର୍ମ ଅଭିଯୋଗକୁ ମଧ୍ୟ ଏଫଆଇଆରରେ ଯୋଡ଼ିଥିଲା । ଏଥିରୁ ସ୍ପଷ୍ଟ ପ୍ରମାଣ ହେଊଛି ଯେ ମନ୍ତ୍ରୀଙ୍କ ନିର୍ଦେଶକ୍ରମେ ପୋଲିସ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିଲା ବୋଲି ଦଳ ତରଫରୁ କୁହାଯାଇଛି। ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ଵରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ, ପୂର୍ବତନ ବିଧାୟିକା ଶୁଶ୍ରୀ ଦୀପାଳି ଦାସ, ପୂର୍ବତନ ବିଧାୟିକା ଶ୍ରୀମତୀ ଅଳକା ମହାନ୍ତି, ସମ୍ବଲପୁର ଜିଲ୍ଲା ପରିଷଦ ଅଧକ୍ଷ୍ୟା ଶ୍ରୀମତୀ କୁମୁଦିନୀ ନାୟକ ପ୍ରମୁଖ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଆଜି କୁଚିଣ୍ଡା ଗସ୍ତ କରି ପୀଡିତା ଓ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ଘଟଣା ସମ୍ପର୍କିତ ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି । ଏହି ଘଟଣାରେ କୁଚିଣ୍ଡା ବିଧାୟକ ତଥା ରାଜ୍ୟର ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀ ରବି ନାୟକଙ୍କ ଘନିଷ୍ଠ ସହଯୋଗୀ ହରିହର ପାଣି ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଅଛନ୍ତି ଓ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି ଘଟଣାକୁ ପୋଲିସ ମାଧ୍ୟମରେ ଚପାଇ ଦେବାକୁ ଉଦ୍ୟମ କରାଯାଉଥିଲା। ତେଣୁ, ମନ୍ତ୍ରୀ ଶ୍ରୀ ରବି ନାୟକଙ୍କ ସମେତ ଯେଉଁମାନେ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିଲେ, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ବିଜୁ ଜନତା ଦଳ ତରଫରୁ ଦାବି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking