23.1 C
Bhubaneswar
Sunday, February 8, 2026
Homeଓଡିଶାନୂଆପଡ଼ା ଲଖନା ପଞ୍ଚାୟତ ରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର କଲେ ମନ୍ତ୍ରୀ ସୁରଜ...

ନୂଆପଡ଼ା ଲଖନା ପଞ୍ଚାୟତ ରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର କଲେ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ

ନୂଆପଡ଼ା / ଭୁବନେଶ୍ୱର: ଆଜି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ର ଲଖନା ପଞ୍ଚାୟତ ହାଇ ସ୍କୁଲ ପଡ଼ିଆ ଠାରେ ଆୟୋଜିତ ଏକ ବିଶାଳ ଜନସଭାରେ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ରାଜ୍ୟ ଯୁବ, କ୍ରୀଡ଼ା ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଶକ୍ତି ବୃଦ୍ଧି କରିବା ପାଇଁ ନୂଆପଡ଼ାବାସୀ ପଦ୍ମଫୁଲର ବଟମ ଦବାଇ ବିକାଶ ପଥରେ ଚାଲିବାକୁ ଆହ୍ୱାନ ଦେଇଥିଲେ ।
ଏହି ଅବସରେ ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ , ରବୀନ୍ଦ୍ର ନାରାୟଣ ବେହେରା, ଚଳଚ୍ଚିତ୍ର ଅଭିନେତା ତଥା ବିଧାୟକ ସିଦ୍ଧାନ୍ତ ମହାପାତ୍ର , ଟଙ୍କଧର ତ୍ରିପାଠୀ, ରାଜ୍ୟ ଉପସଭାପତି ରମେଶ ସାହୁ ,ବରିଷ୍ଠ ନେତା ପ୍ରସନ୍ନ ପଢି ଙ୍କ ସମେତ ପଞ୍ଚାୟତ ପ୍ରମୁଖ ନରେନ୍ ଭାଇ,ପୁର୍ବତନ ସରପଞ୍ଚ ଗିଡୁ ଭାଇ ଆଦି ଉପସ୍ଥିତ ଥିଲେ । ଏହି ଜନସଭାରେ ସମସ୍ତ ଜନସାଧାରଣଙ୍କୁ ବିକାଶର ଚିହ୍ନ ପଦ୍ମଚିହ୍ନକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଉପସ୍ଥିତ ସମସ୍ତ ନେତୃତ୍ବ ଅନୁରୋଧ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking