ଭୁବନେଶ୍ୱର: ଅମଲା ସଂଘର ସମୂହ ଛୁଟି ପ୍ରସଙ୍ଗ ରାଜସ୍ୱ ମନ୍ତ୍ରୀ ବୟାନ ରଖିଛନ୍ତି । ସମୂହ ଛୁଟିରୁ ଓହରିବାକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଅପିଲ କରିଛନ୍ତି । ଆହୁରି କହିଛନ୍ତି, ଆନ୍ଦୋଳନରୁ ନଓହରିଲେ ପଦକ୍ଷେପ ନେବେ ସରକାର ।ବିନା ସ୍ୱୀକୃତିରେ ଛୁଟିରେ ରହିଲେ, ଲୋକଙ୍କ କାମରେ ଅବହେଳା କଲେ ଦରମା ବନ୍ଦ ରହିବ । କ୍ୟାଡର ପୁନର୍ଗଠନ କଥା ରାଜସ୍ୱ ବିଭାଗକୁ ପଠାଯାଇଛି । ଅପେକ୍ଷା ନକରି ସମୂହ ଛୁଟିରେ ଯିବା ଗ୍ରହଣୀୟ ନୁହେଁ । ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଯାଇଛି ଛୁଟି ବାତିଲ ହେବ ।










