30.1 C
Bhubaneswar
Sunday, February 8, 2026
Homeଓଡିଶାନୂଆପଡା ର ଭାଲେଶ୍ଵର ଓ ଜୟଜଙ୍ଘା ରେ ବିଜେପି ପାଇଁ ଭୋଟ ଭିକ୍ଷା କଲେ ମନ୍ତ୍ରୀ...

ନୂଆପଡା ର ଭାଲେଶ୍ଵର ଓ ଜୟଜଙ୍ଘା ରେ ବିଜେପି ପାଇଁ ଭୋଟ ଭିକ୍ଷା କଲେ ମନ୍ତ୍ରୀ ରବି ନାୟକ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ଅବସରରେ ଭାଲେଶ୍ୱର ଓ ଜୟଜଙ୍ଘା ଠାରେ ଆୟୋଜିତ ପଞ୍ଚାୟତସ୍ତରୀୟ ସାଧାରଣ ସଭାରେ ମନ୍ତ୍ରୀ ରବି ନାୟକ ଯୋଗଦେଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ପ୍ରଥମେ ଭାଲେଶ୍ୱର ଠାରେ ଆୟୋଜିତ ସଭାରେ ଉପସ୍ଥିତ ଜନସାଧାରଣଙ୍କ ଉତ୍ସାହ ଓ ସମର୍ଥନ ବିଜେପିର ବିଜୟକୁ ସୁନିଶ୍ଚିତ କରୁଛି। ଜନମାନସରୁ ଏହା ସ୍ପଷ୍ଟ ହେଉଛି ଯେ ନୂଆପଡ଼ା ଆଜି ବିକାଶ ଓ ସୁଶାସନ ପକ୍ଷରେ ଏକତାବଦ୍ଧ ହୋଇଛି ବୋଲି ଭୋଟରମାନଙ୍କୁ ତାଙ୍କ ଉଦବୋଧନ ରେ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ । ନୂଆପଡ଼ାର ବିକାଶ ପାଇଁ ନୂଆପଡ଼ାରେ ଟ୍ରିପଲ୍ ଇଞ୍ଜିନ୍ ଆଣିବା ପାଇଁ ପଡିଵ। ଏଥିପାଇଁ ବିଜେପି ର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ପଦ୍ମଫୁଲ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବାକୁ ପଡ଼ିବ। ତାହା ହିଁ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ହେବ । ସେହିପରି ନୂଆପଡ଼ା ବ୍ଲକ ଜୟଜଂଘା ମଣ୍ଡଳର ପରକୋଡ଼ରେ ଆୟୋଜିତ ପଞ୍ଚାୟତସ୍ତରୀୟ ବୈଠକରେ ଯୋଗଦେଇ ଦଳର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ପଦ୍ମଫୁଲ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବା ନିମନ୍ତେ ସ୍ଥାନୀୟ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ସାଧାରଣ ନିର୍ବାଚନ ସମୟରେ ଆମେ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତ୍ୟେକଟି ପ୍ରତିଶ୍ରୁତିକୁ ପୂରଣ କରିବାରେ ସକ୍ଷମ ହୋଇଛୁ। ବିକଶିତ ଗାଁ, ବିକଶିତ ଓଡିଶା ଯୋଜନା ମାଧ୍ୟମରେ ଆଜି ଗ୍ରାମାଞ୍ଚଳର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉଛି। ନୂଆପଡ଼ା ମଧ୍ୟ ଏହି ବିକାଶ ଯାତ୍ରାରେ ଅଗ୍ରସର ହେଉଛି। ତେଣୁ ଆପଣମାନେ ସମସ୍ତେ ମିଶି ପଦ୍ମଫୁଲ ଚିହ୍ନରେ ଭୋଟ୍ ଦେଇ ଭାରତୀୟ ଜନତା ପାର୍ଟିକୁ ବିଜୟୀ କରାଇବା ଏବଂ ନୂଆପଡ଼ାର ବିକାଶ ପାଇଁ ନିଜର ଯୋଗଦାନକୁ ସୁନିଶ୍ଚିତ କରିବାକୁ ମନ୍ତ୍ରୀ ଅନୁରୋଧ କରିଥିଲେ। ।

ଏହି ସମ୍ମିଳନୀରେ ପୂର୍ବତନ ସାଂସଦ ଶ୍ରୀ ପ୍ରଭାସ କୁମାର ସିଂହ, ପୂର୍ବତନ ବିଧାୟକ ଶ୍ରୀ ନାଉରୀ ନାୟକ ଙ୍କ ସହ ରାଜ୍ୟ ଓବିସି ସଭାପତି ଶ୍ରୀଯୁକ୍ତ ସୁରଥ ବିଶ୍ବାଳ ଏବଂ ଦଳର ଅନ୍ୟ ନେତୃବୃନ୍ଦ ଯୋଗ ଦେଇଥିଲେ। ନୂଆପଡ଼ା ଉପନିର୍ବାଚନ ଉପଲକ୍ଷେ ବୁଢିପାଲି ଠାରେ ଆୟୋଜିତ ପଞ୍ଚାୟତସ୍ତରୀୟ ପ୍ରସ୍ତୁତି ବୈଠକରେ ବରଗଡ଼ ପୂର୍ବତନ ସାଂସଦ ଶ୍ରୀ ପ୍ରଭାସ କୁମାର ସିଂହ, ପାଳଲହଡ଼ା ବିଧାୟକ ଶ୍ରୀ ଅଶୋକ ମହାନ୍ତି ଓ ସ୍ଥାନୀୟ ନେତୃମଣ୍ଡଳୀଙ୍କ ସହ ମନ୍ତ୍ରୀ ଶ୍ରୀ ନାୟକ ଯୋଗ ଦେଇଥିଲେ। ଏହି ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକ ବିଷୟରେ ଆଲୋଚନା କରିବା ସହ କୃଷକମାନଙ୍କ ସମୃଦ୍ଧି ପାଇଁ ଧାନରେ ସର୍ବନିମ୍ନ ସହାୟତା ମୂଲ୍ୟର ବୃଦ୍ଧି, ମା’ମାନଙ୍କୁ ସଶକ୍ତ କରିବା ପାଇଁ ସୁଭଦ୍ରା ଯୋଜନା, ଗରିବ ପରିବାରମାନଙ୍କ ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଅନେକ ଯୋଜନାର ଲାଭ ଓ ଗୁରୁତ୍ଵ ବିଷୟରେ ମନ୍ତ୍ରୀ ଆଲୋଚନା କରିଥିଲେ। ଦଳର ବିଧାୟକ ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ଆଗାମୀ ଉପନିର୍ବାଚନରେ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ବିଜୟୀ କରିବା ପାଇଁ ସମସ୍ତ ଭାଇ ଓ ଭଉଣୀଙ୍କୁ ମନ୍ତ୍ରୀ ଶ୍ରୀ ନାୟକ ନିବେଦନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking