19.1 C
Bhubaneswar
Friday, February 13, 2026
Homeଓଡିଶାବେଆଇନ କାରବାରକୁ ରୋକିବା ଓ ଦକ୍ଷତାର ସହ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଲେ ମନ୍ତ୍ରୀ...

ବେଆଇନ କାରବାରକୁ ରୋକିବା ଓ ଦକ୍ଷତାର ସହ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ପୂର୍ବରୁ ଚାଲିଆସୁଥିବା ବହୁ ବେଆଇନ ମଦ କାରବାରକୁ ରୋକିବା ଏବଂ ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାରେ ଆମେ ସକ୍ଷମ ହୋଇପାରିଛେ । ତେବେ ଏହି ଧାରା ଆଗାମୀ ଦନିରେ ଆହୁରି ଦ୍ରୁତତର ହେବା ସହ ବେଆଇନ ମାଦକ ଦ୍ରବ୍ୟ କାରବାରକୁ ସଂପୂର୍ଣ୍ଣ ରୂପେ ରୋକିବା ପାଇଁ ଆଇନରେ ପରିବର୍ତ୍ତନ ଆସିବ ଏବଂ ନୂଆ ଅବକାରୀ ନୀତିରେ ତାହା ପ୍ରତିଫଳିତ ହେବ । ତେଣୁ ଅବକାରୀ ଅଧିକାରୀ ଓ କର୍ମଚାରୀମାନେ ଦକ୍ଷତାକୁ ବୃଦ୍ଧି କରି ରାଜ୍ୟର ସୁନାମ ବଢ଼ାଇବା ଦିଗରେ କାର୍ଯ୍ୟ କରନ୍ତୁ ବୋଲି ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।

ଆଜି ଲୋକସେବା ଭବନସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଅବକାରୀ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବା ସହ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭିନ୍ନ ଅବକାରୀ ଜିଲ୍ଲା ଅଧୀକ୍ଷକମାନଙ୍କ ସହ ଆଲୋଚନା କରିବା ସହ ଜିଲ୍ଲାୱାରୀ ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟକଳାପ, ରାଜସ୍ୱ ଆଦାୟ, ମାମଲା ସଂଖ୍ୟା, ମହୁଲ ଫୁଲ ବିକ୍ରୟ ଏବଂ ଅନ୍ୟ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରୟ ସ୍ଥିତି ଏବଂ ଜବତ ଗାଡ଼ିର ସ୍ଥିତି ସମ୍ପର୍କରେ ଜାଣିବାକୁ ଚାହିଁଥିଲେ ।ଏହି ଅବସରରେ ବିଭାଗରେ ଖାଲିଥିବା ପଦବୀ ପୂରଣ ଦିଗରେ ପ୍ରକ୍ରିୟା ଆରମ୍ଭ ସହ ଅଧିକାରୀ ଓ କର୍ମଚାରୀଙ୍କୁ ନିୟମିତ ଆବଶ୍ୟକୀୟ ତାଲିମ୍‌ ପ୍ରଦାନ ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱ ଦେଇଥିଲେ । ଏଥିସହିତ ବିଭିନ୍ନ ଜିଲ୍ଲାରେ ଷ୍ଟାଫ୍‌ କ୍ୱାର୍ଟର ନିର୍ମାଣ ଓ ଡିପୋର ସ୍ଥିତି ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।ଏହି ବୈଠକରେ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ୍‌ ତାପସ କୁମାର, ଅବାକରୀ କମିଶନର ଶ୍ରୀ ନରସିଂହ ଭୋଳ, ଓଏସ୍‌ବିସି ଏମ୍‌.ଡି ଶ୍ରୀ ଅମ୍ବର କର ଏବଂ ଓଏସ୍‌ବିସି ଜି.ଏମ୍‌ ସଞ୍ଜୟ କୁମାର ରାଉତଙ୍କ ସମେତ ବିଭିନ୍ନ ଜିଲ୍ଲା ଅବକାରୀ ଅଧୀକ୍ଷକ ଏବଂ ବିଭାଗୟୀ ଅଧିକାରୀମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking