ନୂଆପଡ଼ା: ନୂଆପଡା ବିଧାନସଭା ଉପନିର୍ବାଚନ ରେ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି । ନୂଆପଡ଼ା ବର୍ତ୍ତମାନ ରାଜ୍ୟ ରାଜନୀତି ର ରାଜଧାନୀ ପାଲଟିଛି । ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ ଙ୍କ ସୁଅ ଛୁଟୁଛି । ବିଧାନସଭା ନିର୍ବାଚନ ମଣ୍ଡଳୀ ର କୋଣ ଅନୁକୋଣରେ ନିର୍ବାଚନୀ ପ୍ରଚାର ଦୃଶ୍ୟମାନ ହେଉଛି । ନୁଆପଡ଼ା ବ୍ଲକ ଅନ୍ତର୍ଗତ ସାଇପାଲା ପଞ୍ଚାୟତ ରେ ଆଜି ବିଜେପି ର ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ଓଡ଼ିଶା ସରକାର ଙ୍କ ସମବାୟ, ହସ୍ତତନ୍ତ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗ ଦେଇଥିଲେ । ପଞ୍ଚାୟତ ର ବିଭିନ୍ନ ଅଞ୍ଚଳ ରୁ ଆସିଥିବା ଜନସାଧାରଣ ଙ୍କୁ ଦେଇଥିବା ନିଜ ଅଭିଭାଷଣ ରେ ମନ୍ତ୍ରୀ ଶ୍ରୀ ବଳସାମନ୍ତ ଡବଲ ଇଞ୍ଜିନ ସରକାର ର ଲୋକାଭିମୁଖୀ ଜନକଲ୍ୟାଣକାରି ଯୋଜନା ସମ୍ପର୍କ ରେ ବୁଝାଇଥିଲେ । ନରେନ୍ଦ୍ର ମୋଦୀ ଓ ମୋହନ ମାଝୀ ଙ୍କ ହାତମୁଠା କୁ ଆହୁରି ମଜଭୁତ କରି ୨୦୪୭ ଶୁଦ୍ଧା ବିକଶିତ ଭାରତ ଓ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ପଦ୍ମ ଚିହ୍ନରେ ବିଜୟୀ କରାଇ ବିଧାନସଭାକୁ ପଠେଇବା ପାଇଁ ଅନୁରୋଧ କରିଥିଲେ । ଆଜିର କାର୍ଯ୍ୟକ୍ରମ ରେ ବିଧାୟକ ସନାତନ ବିଜୁଳିଙ୍କ ସମେତ ବିଜେପି ର ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।










