27.1 C
Bhubaneswar
Saturday, December 13, 2025
Homeଓଡିଶାମନ୍ତ୍ରୀ-ବିଧାୟକ ମୁହାଁମୁହିଁ

ମନ୍ତ୍ରୀ-ବିଧାୟକ ମୁହାଁମୁହିଁ

ଭୁବନେଶ୍ୱର: ରାଜ୍ୟରେ କଟନୀ ଛଟନୀ ନଥିବା କହିଲେ ଯୋଗାଣ ମନ୍ତ୍ରୀ । ଅଭିଯୋଗ ଆସିଥିବା ୨୬ଟି ମିଲ୍ କୁ ସିଲ୍ କରାଯାଇଛି । ସରକାରଙ୍କ କଥା ନମାନିଲେ ବେପାର କରିପାରିବେନି ମିଲର । ଦଲାଲଙ୍କ ସହ ସାମିଲ ଥିବା ଅଫିସର ଓ କିଛି ବିଧାୟକଙ୍କୁ ବାଧିଲା । ମୋ ନାଁରେ ବିଧାନସଭାରେ ମିଛ ଅଭିଯୋଗ ଆଣିଲେ । ପ୍ରତିଶ୍ରୁତି ଦେଉଛି ଆଉ ଦୁର୍ନୀତି କରେଇ ଦେବିନି । ଯୋଗାଣ ମନ୍ତ୍ରୀଙ୍କୁ କାଉଣ୍ଟର କଲେ ତାରାପ୍ରସାଦ ବାହିନୀପତି । କହିଲେ ଯୋଗାଣ ମନ୍ତ୍ରୀ ପାଗଳ ହୋଇଯାଇଛନ୍ତି । ମୋ ନାଁରେ ପ୍ରମାଣ ଦେଲେ ରାଜନୀତି ଛାଡିଦେବି । ମୁଁ ପଇସା ଖାଏ କି ନାହିଁ କୋରାପୁଟବାସୀ ଜାଣିଛନ୍ତି । ମନ୍ତ୍ରୀ ପଇସାଖୋର ଲୋକ, ତାଙ୍କର ମାନବିକତା ନାହିଁ । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବିରୋଧରେ ପ୍ରମାଣ ଦେବି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking