ନୂଆପଡା /ଭୁବନେଶ୍ୱର: ନୂଆପଡା କୋମନା ବ୍ଲକ ଅନ୍ତର୍ଗତ ଟିକ୍ରାପଡ଼ା ଓ ନୂଆଗାଁ ପଞ୍ଚାୟତରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଘରକୁ ଘର ବୁଲି ମାରାଥନ ନିର୍ବାଚନ ପ୍ରଚାର କରିବା ସହିତ ବୁଦ୍ଧିକୋମନା ପଞ୍ଚାୟତର ଧୁମାଭଟା ଗ୍ରାମରେ ଏକ ସାଧାରଣ ସଭାରେ କେନ୍ଦ୍ର ସରକାରଙ୍କ ଓ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ଯୋଜନା ବିଷୟରେ ଅବଗତ କରାଇ ବିଜେଡ଼ି ପରିତ୍ୟାଗ କରିଥିବା ସମିତି ସଭ୍ୟ ବାଳକୃଷ୍ଣ ଦୁରିଆ ଓ ତାଙ୍କ ସମର୍ଥକ ଙ୍କୁ ବିଜେପି ରେ ସାମିଲ କରାଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଆଶୀର୍ବାଦ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।ଏହି କାର୍ଯକ୍ରମ ଗୁଡ଼ିକରେ ଭୁବନେଶ୍ଵର ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, ପ୍ରାର୍ଥୀ ଜୟ ଢୋଲକିଆଙ୍କ ସମେତ ଜୁନାଗଡ଼ର ନେତା ମନୋଜ ମେହେର, ଯଦୁମଣି ପାଣିଗ୍ରାହୀ, କୋମନା ବ୍ଲକ୍ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ପୂର୍ବତନ ବିଧାୟକ ଶ୍ରୀ ଯଜ୍ଞଶ୍ୱର ବାବୁ ଉପସ୍ଥିତ ଥିଲେ।










