28.1 C
Bhubaneswar
Saturday, March 28, 2026
Homeଓଡିଶାଜୟ ଢୋଲକିଆଙ୍କ ପ୍ରଚାର ମଇଦାନରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଜୟ ଢୋଲକିଆଙ୍କ ପ୍ରଚାର ମଇଦାନରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ନୂଆପଡା: ନୂଆପଡା ବିଧାନସଭା ଉପ ନିର୍ବାଚନରେ ପ୍ରାର୍ଥୀ ଓ ତାଙ୍କର ସମର୍ଥକ ବିଧାନସଭା ଅଞ୍ଚଳର ବିଭିନ୍ନ ସ୍ଥାନକୁ ଯାଇ ଭିନ୍ନ ଭିନ୍ନ ଢଙ୍ଗରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସମର୍ଥନରେ ନିର୍ବାଚନ ପ୍ରଚାର କରୁଛନ୍ତି। ଏହି ମର୍ମରେ ଆଜି କୋମନା ବ୍ଲକ ପଏଁର ପଞ୍ଚାୟତ ମହୁଲଭଟା ଗାଁରେ ଏକ ବିଶାଳ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଓଡିଶା ସରକାରଙ୍କ ମତ୍ସ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଯୋଗଦେଇ ଥିଲେ। ପଏଁର ପଞ୍ଚାୟତର ବିଭିନ୍ନ ଗାଁରୁ ଆଦିବାସୀ ସମ୍ପ୍ରଦାୟର ଲୋକ ଆସି ବିଜେପିରେ ଯୋଗଦାନ କରିଥିଲେ। ମଞ୍ଚାସୀନ ନେତୃ ମଣ୍ଡଳୀ ତାଙ୍କ ଉଦବୋଧନରେ କେନ୍ଦ୍ରର ମୋଦୀ ସରକାର ଓ ରାଜ୍ୟର ମୋହନ ମାଝୀ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରି ଓ ଲୋକାଭିମୁଖୀ ଯୋଜନା ଗୁଡିକ ବିଷୟରେ ଲୋକଙ୍କୁ ଅବଗତ କରାଇ ଥିଲେ । ଡବଲ ଇଞ୍ଜିନ ସରକାରର ସୁଫଳ ପାଇବା ପାଇଁ ଓ ନୂଆପଡା କୁ ଏକ ବିକଶିତ ଜିଲ୍ଲା ଭାବେ ପରିଣତ କରିବା ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ନିର୍ବାଚିତ କରିବା ପାଇଁ ଭୋଟ ଭିକ୍ଷା କରିଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ବିଧାୟକ ରଘୁରାମ ମାଛ, ପୂର୍ବତନ ଜିଲ୍ଲା ସଭାପତି ଶିବ ପ୍ରସାଦ ମୁଣ୍ଡ, ମଣ୍ଡଳ ସଭାପତି ଶତ୍ରୁଘନ ସ୍ୱାଇଁ, ବିଜେପି ନେତା ସୋମନାଥ ଖମାରି, ପୂର୍ବତନ ଖଡ଼ିଆଳ ବ୍ଲକ ଚେୟାରମ୍ୟାନ ବାଳକୃଷ୍ଣ ଶବର ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking