17.1 C
Bhubaneswar
Sunday, February 8, 2026
Homeଓଡିଶାନୂଆପଡ଼ା ରେ ବିଜେପି ପ୍ରାର୍ଥୀ ଜୟ ଙ୍କ ବିଜୟ ପାଇଁ ପ୍ରଚାର କଲେ ମନ୍ତ୍ରୀ ଗୋକୁଳାନନ୍ଦ...

ନୂଆପଡ଼ା ରେ ବିଜେପି ପ୍ରାର୍ଥୀ ଜୟ ଙ୍କ ବିଜୟ ପାଇଁ ପ୍ରଚାର କଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ରେ ଓଡ଼ିଶା ସରକାର ଙ୍କ ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଭିନ୍ନ ସ୍ଥାନରେ ନିର୍ବାଚନୀ ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି । ପ୍ରଥମେ କୁରେଶ୍ୱର ଗ୍ରାମପଞ୍ଚାୟତର ରେଞ୍ଜ ଗ୍ରାମରେ ଏକ ସାଧାରଣ ସଭା ରେ ଯୋଗ ଦେଇ ,ପ୍ରଧାନମନ୍ତ୍ରୀଙ୍କ ୧୧ ବର୍ଷ ଓ ମୋହନ୍ ମାଝୀ ଙ୍କ ୧୬ ମାସ ର ଦୁର୍ନୀତି ଭ୍ରଷ୍ଟାଚାର ମୁକ୍ତ ସୁଶାସନ ବିଷୟ ରେ ଉପସ୍ଥିତ ଜନସାଧାରଣ ଙ୍କୁ କହି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ବିଜୟ କରିବାକୁ ଅନୁରୋଧ କରିଥିଲେ । ଏହି ଅବସରରେ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର, ବିଧାୟକ ଶ୍ରୀ ଫକିର ମୋହନ ନାୟକ, ଦୁର୍ଗା ପ୍ରସନ୍ନ ନାୟକଙ୍କ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଭାବେ କୋନାବିରା ଠାରେ ଆୟୋଜିତ ଆଦିବାସୀ ସମାଜ ସଭାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଅତାବିରା ବିଧାୟକ ଶ୍ରୀ ନିହାର ମହାନନ୍ଦଙ୍କ ସହ ସାମିଲ ହୋଇ , ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ସମ୍ପର୍କ ରେ ବୁଝଇଥିଲେ । ଆଦିବାସୀ ଙ୍କ ସମୃଦ୍ଧି, ଉନ୍ନତୀ ଓ ସମ୍ମାନ ପାଇଁ ବିଜେପି ଦଳର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ନିର୍ବାଚିତ କରାଇବା ପାଇଁ ଅନୁରୋଧ କରିଥିଲେ । ଏହା ପରେ କୋମନା ଏନ.ଏ.ସି ଠାରେ ପଦଯାତ୍ରା କରି ଦଳର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟ କରିବା ପାଇଁ ଭୋଟ ଭିକ୍ଷା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking