15.1 C
Bhubaneswar
Monday, February 9, 2026
Homeଓଡିଶାବିହାର ଗସ୍ତରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

ବିହାର ଗସ୍ତରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦୁଇ ଦିନିଆ ବିହାର ଗସ୍ତ କରିଛନ୍ତି । ଆଜି ପ୍ରଥମ ଦିନରେ ପାଟନାସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ସାଇନ୍ସ ସିଟି ପରିଦର୍ଶନ କରି ବିଜ୍ଞାନ କେନ୍ଦ୍ରର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି । ସୂଚନା ଥାଉକି ଭୁବନେଶ୍ୱର ଠାରେ ପ୍ରସ୍ତାବିତ ବିଜ୍ଞାନ ସିଟି ନିର୍ମାଣ ନିମନ୍ତେ ସରକାର ନିଷ୍ପତ୍ତି ନେଇଥିବାରୁ ମନ୍ତ୍ରୀଙ୍କ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ । ରାଜ୍ୟରେ ପ୍ରସ୍ତାବିତ ସାଇନ୍ସ ସିଟିରେ ଆଧୁନିକ ପ୍ରଦର୍ଶନୀ, ନିମଜ୍ଜିତ ଶିକ୍ଷଣ ସ୍ଥାନ ଏବଂ ଗବେଷଣା ସୁବିଧା ସହିତ ଏକ ମତ ବିନିମୟ ଆଧାରିତ କ୍ରିୟାଶୀଳ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ପରିକଳ୍ପନା କରିଛନ୍ତି । ପୂର୍ବ ଭାରତରେ ବୈଜ୍ଞାନିକ ଅଧ୍ୟୟନ ଓ ଉଦ୍ଭାବନକୁ ପ୍ରୋତ୍ସାହନ ଦେବା ତଥା ବୈଜ୍ଞାନିକ ଅନୁସନ୍ଧିତ୍ସା, ଉଦ୍ଭାବନ ଏବଂ ଶିକ୍ଷା ପାଇଁ ବିଶେଷ କରି ଯୁବପିଢିଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଭୁବନେଶ୍ୱର ଠାରେ ୧୦୦ଏକର ପରିମିତ ପ୍ରସ୍ତାବିତ ସାଇନ୍ସ ସିଟି ପ୍ରତିଷ୍ଠା ଲାଗି ନିଷ୍ପତ୍ତି ହୋଇଛି । ବିଭିନ୍ନ ରାଜ୍ୟର ସାଇନ୍ସ ସିଟିରେ ଉପଲବ୍ଧ ଢାଞ୍ଚାକୁ ଅନୁଧ୍ୟାନ କରିବା ସହ ବିଭିନ୍ନ ଦିଗକୁ ବିଚାରକୁ ନେଇ ରାଜ୍ୟରେ ପ୍ରସ୍ତାବିତ ସାଇନ୍ସ ସିଟିକୁ ବିଶ୍ୱସ୍ତରୀୟ କରିବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ କମିଟି ଏହି ଗସ୍ତରେ ଅଛନ୍ତି । ଏତଦବ୍ୟତୀତ ମନ୍ତ୍ରୀ ଶ୍ରୀ ପାତ୍ର ବିହାରର ଦୁଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ କୁମାର ସିହ୍ନା ଏବଂ ଶ୍ରୀ ସମ୍ରାଟ ଚୌଧୁରୀଙ୍କୁ ସାକ୍ଷାତ କରି ମହାପ୍ରଭୁ ଶ୍ରୀଜୀଉଙ୍କ ଅତି ପ୍ରିୟ ଉତ୍କଳୀୟ ବାନ୍ଧ କଳାର ନିଦର୍ଶନ ଖଣ୍ଡୁଆ ପାଟ ଏବଂ ତାଳପତ୍ର ଭୋଗେ଼ଇରେ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ପ୍ରଦାନ ପୂର୍ବକ ଦ୍ବିପାକ୍ଷିକ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking