34.1 C
Bhubaneswar
Friday, October 18, 2024
Homeଓଡିଶାଦରଦାମ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ

ଦରଦାମ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର : ଗୃହରେ ମାନ୍ୟବର ବିଧାୟକ ଶ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ବାରା ଆଗତ ମୁଲତବି ପ୍ରସ୍ତାବ “ରାଜ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଆକାଶ ଛୁଆଁ । ଲୋକେ ହନ୍ତସନ୍ତ । ସରକାର ନୀରବ ଦ୍ରଷ୍ଟା ” ଏଥିରେ ଉତ୍ତର ରଖି ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷରର ଦରଦାମ ବୃଦ୍ଧି କେବଳ ଓଡିଶା ରାଜ୍ୟରେ ସୀମିତ ନୁହେଁ। ଆମ ରାଜ୍ୟ ଅଭ୍ୟନ୍ତରୀଣ ଉତ୍ପାଦନ ବ୍ୟତୀତ ଅନ୍ୟ ରାଜ୍ୟ ଯଥା ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନ, ଛତିଶଗଡ, ପଶ୍ଚିମବଙ୍ଗ, ଆଦି ରୁ ଡାଲି, ଖାଇବା ତେଲ,ଚିନି ଇତ୍ୟାଦି ଆମଦାନୀ କରିଥାଏ । ଆନ୍ତର୍ଜାତୀୟ ବଜାରରେ ଦରଦାମ ପରିସ୍ଥିତି ଏବଂ ଯୋଗାଣ ପେଣ୍ଠ ଗୁଡିକର ଦର ବୃଦ୍ଧି ଓ ହ୍ରାସର ପ୍ରଭାବ ସ୍ଥାନୀୟ ବଜାର ଉପରେ ପଡିଥାଏ ।
ଚଳିତ ବର୍ଷର ପାଣିପାଗର ଅନିୟମିତତା ତଥା ପ୍ରତିକୂଳ ପାଗ ଯୋଗୁଁ ଦେଶରେ ବିଭିନ୍ନ ଡାଲିଜାତୀୟ ଦ୍ରବ୍ୟ ର ଆମଦାନୀ ପ୍ରାୟ ୧୦ ରୁ ୧୨ ପ୍ରତିଶତ ହ୍ରାସ ଘଟିଥିବାରୁ ଯୋଗାଣ ପେଣ୍ଠ ଗୁଡିକରେ ଏହାର ମୂଲ୍ୟ ବୃଦ୍ଧି ଘଟିଅଛି, ଯାହାର ପ୍ରଭାବ ସ୍ଥାନୀୟ ବଜାର ଉପରେ ପଡିଅଛି। ରାଜ୍ୟର ପ୍ରମୁଖ ବଜାର ମାନଙ୍କରେ ପ୍ରଚଳିତ ହେଉଥିବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ସାରଣୀ – ୧ ରେ ପ୍ରଦାନ କରାଯାଇଛି ଏବଂ ଗତ ବର୍ଷ ଦରର ଏକ ତୁଳନାମତ୍କ ତାଲିକା ସାରଣୀ -୨ ରେ ପ୍ରଦାନ କରାଯାଇଅଛି ।
ଦେଶର ପ୍ରମୁଖ ସହର ମାନଙ୍କରେ ବିକ୍ରି ହେଉଥିବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ସାରଣୀ – ୩ ରେ ପ୍ରଦାନ କରାଯାଇଛି ଏବଂ ସର୍ବ ଭାରତୀୟ ହାରାହାରି ଦର ଠାରୁ ଆମ ରାଜ୍ୟରେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ତୁଳନାତ୍ମକ କମ ଥିବାର ପରିଲକ୍ଷିତ ହୋଇଅଛି ।

ଉପରୋକ୍ତ ତଥ୍ୟ କୁ ଲକ୍ଷ୍ୟରଖି ରାଜ୍ୟବାସୀ କିପରି ସୁଲଭ ମୂଲ୍ୟ ରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇପାରିବେ ସେଥିପାଇଁ ସରକାର ନିମ୍ନ ଲିଖିତ ପଦକ୍ଷେପମାନ ଗ୍ରହଣ କରିଛନ୍ତି।
> ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ସ୍ଥାନୀୟ ବ୍ୟବସାୟୀମାନଙ୍କର ବୈଠକ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଅତ୍ୟାବଶ୍ୟକ ଦ୍ରବ୍ୟ ଯଥା ଚାଉଳ, ଡାଲି, ତେଲ, ଆଳୁ, ପିଆଜ ମୂଲ୍ୟ ତଥା ଲବ୍ଧତା ଉପରେ ତିକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଅଛି । ରାଜ୍ୟର ଯୋଗାଣ ବିଭାଗ ତଥା ବିପ୍ପଣୀ ଗୁପ୍ତବାର୍ଭା ଶାଖାର କ୍ଷେତ୍ରକର୍ମଚାରୀମାନଙ୍କ ଦ୍ବାରା ବିଭିନ୍ନ ଅତ୍ୟାବଶ୍ୟକ ଦ୍ରବ୍ୟର କଳାବଜାରୀ ରୋକିବା ପାଇଁ ନିୟମିତ ପ୍ରବର୍ତନ କାର୍ଯ୍ୟ (Enforcement) କରାଯାଉଅଛି ଏବଂ ଏହା ସଙ୍ଗେ ସଙ୍ଗେ ଖାଉଟିମାନେ କିପରି ସୁଲଭ ମୂଲ୍ୟରେ ଜିନିଷ ପାଇ ପାରିବେ ତାହା ନିଶ୍ଚିତ କରାଯାଉଅଛି।
> ଗହମ ତଥା ଗହମ ଜାତୀୟଦ୍ରବ୍ୟ, ଆଳୁ,ପିଆଜ, ଡାଲି ଓ ତେଲର ଗଚ୍ଛିତ ପରିମାଣ ତଦାରଖ ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଅଛି ।
> ରାଜ୍ୟ ସରକାର ପ୍ରତ୍ୟହ ରାଜ୍ୟର ପ୍ରମୁଖ ବଜାର ମାନଙ୍କରେ ପ୍ରଚଳିତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ତଥା ଲବ୍ଧତା ଅନୁଧ୍ୟାନ କରୁଛନ୍ତି ।
> ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ଦର ଦାମ ନିୟନ୍ତ୍ରଣ ପାଇଁ ସରକାର ଓ ବ୍ୟବସାୟୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଅଛି ।
> ରାଜ୍ୟର ଉତ୍ପାଦ ସାମଗ୍ରୀର ସୁଷମ ବଣ୍ଟନ ତଥା ବଳକା ସାମଗ୍ରୀ କୁ ଗଚ୍ଛିତ ରଖିବା ପାଇଁ ଜିଲ୍ଲା ସ୍ତରରେ ମଣ୍ଡି ତଥା ଶୀତଳ ଭଣ୍ଡାର ସ୍ଥାପନ ନିମନ୍ତେ ବିଚାର କରୁଅଛନ୍ତି ।
> ବର୍ତ୍ତମାନ ରାଜ୍ୟ ସରକାର ବିଭିନ୍ନ କିସମର ଡାଲିର ମହଜୁଦ ପରିମାଣ ସ୍ଥିର କରିଛନ୍ତି ।
> ଏତଦବ୍ୟତୀତ କଳାବଜାରୀ ତଥା ମୁନାଫାଖୋର ବ୍ୟବସାୟୀଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସମସ୍ତ ଜିଲ୍ଲାପାଳ ତଥା ବିଭାଗୀୟ ଅକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଅଛି ।
ଉପରୋକ୍ତ କାରଣରୁ ମାନ୍ୟବର ବିଧାୟକଙ୍କ ଦ୍ବାରା ଆଗତ କରାଯାଇଥିବା ରାଜ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଆକାଶ ଛୁଆଁ । ଲୋକେ ହନ୍ତସନ୍ତ । ସରକାର ନୀରବ ଦ୍ରଷ୍ଟା ସମ୍ପର୍କିତ ମୁଲତବୀ ପ୍ରସ୍ତାବ ତଥ୍ୟ ଉପରେ ଆଧାରିତ ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking