24.1 C
Bhubaneswar
Friday, February 6, 2026
Homeଓଡିଶାମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାରେ ଯୋଗଦେଲେ ମନ୍ତ୍ରୀ

ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାରେ ଯୋଗଦେଲେ ମନ୍ତ୍ରୀ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ମୋରଡା ଯାତ୍ରା ପଡିଆରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି l ମୋରଡା ବିଡ଼ିଓ ଅଣାକର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୋରଡା ବିଧାୟକ ତଥା ନଗର ଉନ୍ନୟନ ମନ୍ତ୍ରୀ ଡ଼ା.କୃଷ୍ଣଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ପିଥନାଥ ସୋରେନ, ଉପାଧକ୍ଷା ଜେମାମଣି ମହାନ୍ତ, ଜିଲ୍ଲା ପରିଷଦ ସଭ୍ୟା ଝରଣା ମୁର୍ମୁ,ମୀନାକ୍ଷୀ ସୋରେନ,ସଭ୍ୟ ଅଭିରାମ ଭୋଇ, ସାଂସଦ ପ୍ରତିନିଧି ନିରଞ୍ଜନ ମହାନ୍ତ, ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ମୋରଡା ସରପଞ୍ଚ ରବି ସିଂ, ମୁଖ୍ୟବକ୍ତା ଭାବେ ଜିଲ୍ଲା ମତ୍ସ୍ୟ ଅଧିକାରୀ ମାନସ ରଞ୍ଜନ ଜେନା, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଦେବବ୍ରତ ଦାସ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଦୀପକ ରଞ୍ଜନ ପରିଡା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ l

ସରକାରୀ ସହାୟତାରେ ମୋରଡାବାସୀ ଫୁଲ,ଫଳ, ପନିପରିବା, ଗୋ ପାଳନ ଏବଂ ମାଛଚାଷ କରି ରୋଜଗାରକ୍ଷମ ହୋଇ ପାରିବେ। ବର୍ତ୍ତମାନ ସମୟରେ ସବୁଠୁବଡ଼ ଦାଦନ ଦୁଃଖ ଦୂର ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ ମନ୍ତ୍ରୀ ଶ୍ରୀମହାପାତ୍ର l ସେହିପରି ବୈଜ୍ଞାନିକ ପ୍ରଣାଳୀରେ ଚାଷ କରି ଚାଷକୁ ଦୁଇ ଗୁଣିତ କରାଯାଇ ପାରିବ ଏବଂ ଚାଷୀ ମାନେ ଚାଷ ବାବଦରେ ବ୍ଲକ ଅଧିକାରୀଙ୍କ ନିକଟରୁ ପରାମର୍ଶ ନେଇ ପାରିବେ ବୋଲି କହିଥିଲେ ମନ୍ତ୍ରୀ ଶ୍ରୀମହାପାତ୍ର l ଏହାପରେ ବ୍ଲକର ଚାଷ, କୁକୁଡ଼ା, ଗୋପାଳନ, ମତ୍ସ୍ୟ ଚାଷ କରି ସ୍ୱାବଲମ୍ବୀ ହୋଇଥିବା ଚାଷୀଙ୍କୁ ପୁରସ୍କୃତ କରିଥିଲେ ମନ୍ତ୍ରୀ ଶ୍ରୀମହାପାତ୍ର l କାମଧେନୁ ଯୋଜନାରେ ସଫଳ ହୋଇଥିବା ଚାଷୀ ସରୋଜ କୁମାର ଦେହୁରୀଙ୍କୁ ଟ୍ରଫି, ମାନପତ୍ର ସହିତ ୮୦ ହଜାର ୬୪୦ ଟଙ୍କାର ଚେକ ପ୍ରଦାନ କରିଥିଲେ ମନ୍ତ୍ରୀ l ସେହିପରି ଗୋପାଳନ, ଛେଳି, କୁକୁଡ଼ା ପାଳନ, ମାଛ ଚାଷ କରି ସଫଳ ହୋଇଥିବା ଚାଷୀ ଜଗଦିଶ ବେହେରା, କ୍ଷିତୀଶଚନ୍ଦ୍ର ମହାନ୍ତ, ସୁଶାନ୍ତ କୁମାର ଜେନା, ବିଜୟ କୁମାର ତରେଇଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking