24.1 C
Bhubaneswar
Saturday, March 21, 2026
Homeଓଡିଶା୬ଟି ଡମ୍ପର ଓ ୨ଟି ଜେସିବି ଜବତ କଲା ମାଇନିଂ ବିଭାଗ

୬ଟି ଡମ୍ପର ଓ ୨ଟି ଜେସିବି ଜବତ କଲା ମାଇନିଂ ବିଭାଗ

ମୟୂରଭଞ୍ଜ: ବେଆଇନ ମୁରୁମ୍,ମାଟି ଓ ବାଲି ଚୋରା ଚାଲାଣ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଛି। ମାତ୍ର ଏହି ବେଆଇନ ଚୋରା ଚାଲାଣ ରୋକିବା ଦାୟିତ୍ଵରେ ରହିଥିବା ବିଭାଗ ପକ୍ଷରୁ ସେଭଳି ଆଖିଦୃଶିଆ ପଦକ୍ଷେପ ନେଉଥିବା ଦେଖିବାକୁ ମିଳେ ନାହିଁ ବୋଲି ଅଭିଯୋଗ ହେଉଛି। ଯାହା ହୁଏ ଗୋଟେ ରୁଟିନ ପ୍ରକ୍ରିୟାରେ ହୁଏ ବୋଲି ଆଲୋଚନା ହେଉଛି। ତେବେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ତହସିଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ମାଟି ଖନନ ହୋଇ ବାହାର ଜିଲ୍ଲା ଓ ରାଜ୍ୟକୁ ବେଆଇନ ଭାବେ ଚୋରା ଚାଲାଣ ହେଉଥିବାର ଦେଖିବାକୁ ମିଳିଛି l

ସୂଚନା ଅନୁଯାୟୀ, ପଡୋଶୀ ବାଲେଶ୍ଵର ଜିଲ୍ଲାରେ ରେଳ ରାସ୍ତା କାମ ନିମନ୍ତେ ଏକ ଘରୋଇ କମ୍ପାନୀ ରାସଗୋବିନ୍ଦପୁର ତହସିଲ ଅଞ୍ଚଳରୁ ପରମିଟ ନେଇଥିଲେ ମଧ୍ୟ ଗୋଟିଏ ପରମିଟରେ ଏକାଧିକବାର ବେଆଇନ ଭାବେ ମାଟି ଚୋରା ଚାଲାଣ ହେଉଛି l ତେବେ ଆଜି ସକାଳେ ନାକିଚୁଆ ଅଞ୍ଚଳରେ ଗୋଚର ଜମିରୁ ମାଟି ଖନନ ହୋଇ ଚାଲାଣ ହେଉଥିବାର ଖବରପାଇ ମାଇନିଂ ଅଧିକାରୀ ରଞ୍ଜନ କୁମାର ବଡ଼ନାଏକଙ୍କ ନେତୃତ୍ୱରେ ପୋଲିସ ବିଭାଗ ୬ଟି ଡମ୍ଫର ଏବଂ ୨ଟି ଜେସିବିକୁ ଜବତ କରି ଥାନାକୁ ଅଣାଯାଇଥିବାର ଦେଖିବାକୁ ମିଳିଛି l ସୂଚନାଯୋଗ୍ୟଯେ, ଉକ୍ତ ତହସିଲ ଅଧୀନ ଗାଁଅମର୍ଦା ଫାଣ୍ଡି ଅଧିକାରୀଙ୍କ ଛତ୍ରଛାୟା ତଳେ ଡେଙ୍ଗାନାଳିଆ, ପୂର୍ଣ୍ଣଚନ୍ଦ୍ରପୁର ଏବଂ ବାଗସାହି ଗ୍ରାମରେ ବହୁ ମାତ୍ରାରେ ମାଟି ଚୋରା ଚାଲାଣ ହେଉଥିବା ଖୋଲାଖୋଲି ଆଲୋଚନା ହେଉଛି l କିନ୍ତୁ ଏଠାରେ ପୋଲିସ ଫାଣ୍ଡି ରହିଥିଲେ ମଧ୍ୟ ଜାଣି ପାରୁନି ପୋଲିସ ବୋଲି ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking