28.1 C
Bhubaneswar
Thursday, February 5, 2026
Homeଓଡିଶାରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ କମିବ

ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ କମିବ

ଭୁବନେଶ୍ୱର: ରାଜ୍ୟରେ ଏବେ ବର୍ଷାର ପ୍ରଭାବ ନ ଥିବାରୁ ପାଗ ମୁଖ୍ୟତଃ ଶୁଖିଲା ରହିଛି। ସମଗ୍ର ରାଜ୍ୟରେ ରାତି ତାପମାତ୍ରା ସାଧାରଣ ରହିଥିବାରୁ ଅଳ୍ପ ଶୀତ ଅନୁଭୂତ ହେଉଛି। ବର୍ତ୍ତମାନ ରାଜ୍ୟକୁ ଉତ୍ତର ଦିଗରୁ ଶୁଖିଲା ଥଣ୍ଡା ପବନ ଆସୁଛି। ତେଣୁ ଆଗାମୀ ୩ରୁ ୪ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ କମିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ଗତ ୨୪ଘଣ୍ଟାରେ ଦାରିଙ୍ଗିବାଡିରେ ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ୧୩ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ସେହିପରି ଜି. ଉଦୟଗିରିଠାରେ ୧୩.୮ ଏବଂ ଫୁଲବାଣୀଠାରେ ୧୪ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ପାରଳାଖେମୁଣ୍ଡିଠାରେ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲାର କିଛି ସ୍ଥାନରେ ମଧ୍ୟମଧରଣର କୁହୁଡି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କଳାହାଣ୍ଡି ଜିଲାର କିଛି ସ୍ଥାନରେ ଘନ କୁହୁଡି ଦେଖାଦେଇଛି। ତେବେ ଆସନ୍ତା ୧୨ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking