29.1 C
Bhubaneswar
Friday, June 20, 2025
Homeଓଡିଶାଜଳେଶ୍ୱରରେ ଖଣି ଅଧିକାରୀଙ୍କୁ ଆକ୍ରମଣ

ଜଳେଶ୍ୱରରେ ଖଣି ଅଧିକାରୀଙ୍କୁ ଆକ୍ରମଣ

ବାଲେଶ୍ବର: ରାଜ୍ୟରେ ବଢ଼ି ଚାଲିଛି ଖଣି ମାଫିଆଙ୍କ ଦୌରାତ୍ମ୍ୟ । ବାଲେଶ୍ବର ଜଳେଶ୍ୱରରେ ଖଣି ଅଧିକାରୀଙ୍କୁ ଆକ୍ରମଣ । ଚଢ଼ାଉ ପାଇଁ ଯାଇଥିବା ବେଳେ ବାବୁଙ୍କୁ ମାଡ଼ ମାରିଲେ ବାଲି ମାଫିଆ । ରାତି ଅଧରେ ସୁବର୍ଣ୍ଣରେଖା ନଦୀ ପଠାରେ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଉଥିଲା ।  ଏନେଇ ଅଭିଯୋଗ ମିଳିବା ପରେ ଚଢ଼ାଉ ପାଇଁ ଯାଇଥିଲେ ଖଣି ଅଧିକାରୀ ଜିତେନ୍ଦ୍ର ଦାସ । ଦୀର୍ଘ ଦିନ ଧରି ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ଆସୁଥିବା ବେଳେ ମାଫିଆଙ୍କୁ ଧରିବାକୁ ଚଢ଼ାଉ କରାଯାଇଥିଲା । କିନ୍ତୁ କାର୍ଯ୍ୟାନୁଷ୍ଠାନକୁ ଭୟ କରିବା ବଦଳରେ ଫେରିବା ବାଟରେ ଅଧିକାରୀଙ୍କ ଗାଡ଼ି ଅଟକାଇ ଆକ୍ରମଣ କରିଛନ୍ତି ବାଲି ମାଫିଆ । ଏନେଇ ଜଳେଶ୍ୱର ଥାନାରେ ଏତଲା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking