21.1 C
Bhubaneswar
Monday, December 8, 2025
Homeଓଡିଶାକୋଟିପତି ଏମଭିଆଇ ଗିରଫ

କୋଟିପତି ଏମଭିଆଇ ଗିରଫ

ବୌଦ୍ଧ : ବୌଦ୍ଧ ଏମଭିଆଇ ଗୋଲାପ ଚନ୍ଦ୍ର ହାଂସଦା ଗିରଫ । ଏମଭିଆଇଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ଗତକାଲି ଚଢ଼ାଉ କରାଯାଇଥିଲା ଏମଭିଆଇଙ୍କ ୪୪ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ । ୧ କୋଟି ୩୪ ଲକ୍ଷ ଟଙ୍କାର ଜମା ରାଶି । ୫ ଶହ ଗ୍ରାମ ସୁନା, ଅଢେଇ କେଜିର ରୂପା ଅଳଙ୍କାର ଜବତ କରିଛନ୍ତି । ନଗଦ ୨ ଲକ୍ଷ ୩୮ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ।ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ପକ୍ଷରୁ ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସର ୪ ଜଣ ଡିଏସ୍‌ପି, ୭ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ଚଢ଼ଉରେ ସାମିଲ ହୋଇଥିଲେ। ମିଳିଥିବା ସୂଚନା ଅନୁସାରେ ଶ୍ରୀ ହାଁସଦାଙ୍କ ବାରିପଦା ସହର ପ୍ରଫୁଲ୍ଲନଗରଠାରେ ଏକ ଦୁଇମହଲା କୋଠା ସହ ବାରିପଦା ଓ ବାଲେଶ୍ବର ସହରରେ ମୋଟ ୪୪ଟି ପ୍ଲଟ୍‌ ଠାବ ହୋଇଛି। ଏଥିସହ ତାଙ୍କର ବ୍ୟାଙ୍କ, ପୋଷ୍ଟାଲ୍‌ ଓ ବୀମା ରାଶି ଜମା ବାବଦରେ ୧ କୋଟି ୧୦ ଲକ୍ଷ ଟଙ୍କା, ଦୁଇଟି ସୁନା ବିସ୍କୁଟ୍‌ ସହିତ ୫୦୦ ଗ୍ରାମ୍‌ର ସୁନା ଅଳଙ୍କାର, ଅଢ଼େଇ କେଜି ରୁପା ଜବତ ହୋଇଛି। ଝିଅର ଡାକ୍ତରୀ ପାଠପଢ଼ାରେ ଶ୍ରୀ ହାଁସଦା ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ତାଙ୍କର ଗୋଟିଏ କାର୍‌ ଓ ୩ଟି ବାଇକ୍ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking