27.1 C
Bhubaneswar
Monday, March 30, 2026
Homeଓଡିଶାଚାଷୀଙ୍କୁ ଶୋଷଣ କରୁଛନ୍ତି ମିଲର: ବିଦ୍ୟାଧର

ଚାଷୀଙ୍କୁ ଶୋଷଣ କରୁଛନ୍ତି ମିଲର: ବିଦ୍ୟାଧର

ଯାଜପୁର: ସରକାର ଚାଷୀମାନଙ୍କୁ ପ୍ରତାରିତ କରୁଛନ୍ତିl ଚାଷୀମାନେ ସରକାରୀ ଦରରେ ମଣ୍ଡିରେ ବିକ୍ରି କରି ପାରୁ ନାହାନ୍ତିl ସରକାରଙ୍କ ନିର୍ଦେଶକୁ ମିଲରମାନେ ଫୁ କରି ଦେଉଛନ୍ତି l ଯାଜପୁର ଜିଲ୍ଲାରେ ଅଧିକାଂଶ ସମବାୟ ସମିତିରେ ଧାନ ମଣ୍ଡି ଖୋଲି ନାହଁl ଟୋକନ ଧାରି ଚାଷୀ ମାନଙ୍କୁ ମିଲି ଧାନ ବିକ୍ରି କରିବାକୁ କୁହାଯାଉଛି l ସମବାୟ ସମିତିରେ ମଣ୍ଡି ଖୋଲିବା ପ୍ରହସନରେ ପରିଣତ ପାଲିଟିଛି l ଚାଷୀ ମାନେ ଟ୍ରକ ଟ୍ରାକ୍ଟର ରେ ଭାଢା କରି ମିଲି ନିକଟ ରେ ସହ ସହ ଧାନ ବୋଝଇ ଗାଡି ଦୁଇ ୩ ଦିନ ଧରି ଅପେକ୍ଷା କରି ମଧ୍ୟ୍ୟ ଧାନ ବିକ୍ରି କରି ପାରୁ ନାହାନ୍ତିl ଶେଷରେ ମିଲରମାନେ ସିକ୍ୟୁରିଟି ଦ୍ୱାରା ମାଡ଼ ମାରିବା ସମ୍ପର୍କରେ ପାଣିକୋଇଲି ଥାନରେ ଅଭିଯୋଗ ହୋଇଛିl ମିଲରମାନଙ୍କ ଦବଙ୍ଗଗିରିରେ ଚାଷୀ ଅତିଷ୍ଟ ହୋଇ ପଡିଲେଣିl ଏହାର ଦୁଷ୍ଟାନ୍ତ ଉଦାହରଣ ମିଳିଛିl କୋରେଇ ନିର୍ବାଚନ ମଣ୍ଡଳୀରେ କୋରେଇ ବ୍ଲକ ଜହ୍ନା ପଞ୍ଚାୟତ କୁରୁପଦା ଗ୍ରାମର ଚାଷୀ ଅକ୍ଷୟ କୁମାର ପଲେଇଙ୍କୁ ପାଣିକୋଇଲି ନିକଟରେ ଥିବା ଏକ ରାଇସ ମିଲ୍ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି l ସରକାରଙ୍କ ନିର୍ଦେଶ ପାଣି ଗାର ସହ ସମାନ ଦେଖିଵାକୁ ମିଳିଛି ।

ଅକ୍ଷୟ ହାଟସାହି ସମବାୟ ସମିତିର ଜଣେ ପଞ୍ଜିକୃତ ଚାଷୀ । ଚଳିତ ଖରିଫରେ ସେ ପ୍ରାୟ ୭୫ କୁଇଣ୍ଟାଲ ଧାନ ବିକିବାକୁ ଟୋକନ ପାଇଥିଲେ । ହାଟସାହି ସୋସାଇଟିରେ ଏପର୍ଯ୍ୟନ୍ତ ମଣ୍ଡି ଖୋଲାଯାଇନାହିଁ l ତାଙ୍କୁ ପାଣିକୋଇଲି ନିକଟରେ ଥିବା ଏକ ରାଇସମିଲକୁ ଧାନ ନେବାକୁ ସୋସାଇଟି ତରଫରୁ କୁହାଯାଇଥିଲା । ଗତ ୩୦ ତାରିଖରେ ସେ ଦୁଇଟି ଟ୍ରାକ୍ଟରରେ ଧାନ ଭର୍ତ୍ତି କରି ଉକ୍ତ ରାଇସମିଲକୁ ନେଇଥିଲେ । ମାତ୍ର ତାଙ୍କଠାରୁ ଧାନ ନିଆଯାଇନାହିଁ। ଶାସକ ଦଳ ର ନେତା ଙ୍କ ଟେଲିଫୋନ ରେ ଦଳୀୟ ଚାଷୀ ଙ୍କ ନିକଟରୁ ଧାନ ନେଉଛନ୍ତି ଏଥି ରେ ଚାଷୀ ମାନେ ଅଭିଯୋଗ କଲେ ମାଡ଼ ର ଧମକ ମିଳୁଛି l

ରାଜ ନେତା ଙ୍କ ସୁପାରିଶ ଧାନ କିଣା ଯାଉଛି । ଏହାର ଵୀରୋଧ କଲେ ମାଡ଼ ଦିଆ ଯାଉଛି l ମିଲର କର୍ମଚାରୀ ଓ ସିକ୍ଯୁ ରିଟ କର୍ମ ଚାରି ମାନେ ଚାଷୀ ମାଡ଼ ମାରି ଲହୁ ନୁହଣା କରିଛନ୍ତି ଚାଷୀ ମାନଂକୁ ଠେଲାପେଲା କରି ଗାଳି ଗୁଲଜ କରିଛନ୍ତି । ରାଇସମିଲ ସୁରକ୍ଷାକର୍ମୀ ଓ କର୍ମଚାରୀମାନେ ତାଙ୍କୁ ଧକ୍କା ମାରିବା ସହ ମାଡ଼ ମାରିଥିବା ନେଇ ସେ ପାଣିକୋଇଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଚାଷୀ ମାନଙ୍କ ଟୋକନ ଅବଧି ଆଉ ଦୁଇଦିନ ବାକି ଅଛି । ମିଲ୍ ଆଗରେ ୬ଦିନ ଅପେକ୍ଷା କରିବା ପରେ ଆକ୍ରମଣର ଶିକାର ହେବା ଘଟଣାକୁ ଅନ୍ୟ ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ରାଇସ ମିଲ୍ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଅକ୍ଷୟ ସପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି କହିଛନ୍ତି। ଏ ସମ୍ପର୍କ ରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ କଲେ ଫଲ ମିଳୁ ନାହିଁ ମିଲି ନିକଟରେ ଧାନ ଗାଡି ଗୁଡିକ ଲାଇନ ବାନ୍ଧି ଟିଆ ହୋଇ ଥିବା ଦେଖିବାକୁ ମିଳିଛି

ସୂଚନାଯୋଗ୍ୟ ଯେ ଯୋଗାଣ ମନ୍ତ୍ରୀ ସପ୍ତାହେ ପୂର୍ବରୁ ଯାଜପୁର ଜିଲ୍ଲା ଗସ୍ତ କରି ପ୍ରଶାସନ, ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଚାଷୀଙ୍କ ଉପରେ ମିଲରମାନଙ୍କ ମନମାନିକୁ ନେଇ କଡ଼ା ତାଗିଦ କରିଥିଲେ । ଧାନକିଣାରେ ଅସହଯୋଗ କରୁଥିବା ମିଲରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦେଶ ଦେଇଥିଲେ । ମନ୍ତ୍ରୀଙ୍କ ନିର୍ଦେଶ କୁ ମିଲର ମାନେ ଫୁ କରି ନିଜ ମନ ମାନି ରେ ଧାନ କିଣିବା ସରକାର ଓ ଜିଲ୍ଲା ପ୍ରଶାସନ ର ପାରିଲା ପଣିଆ ସ୍ପଷ୍ଟ ବାରି ହୋଇ ଯାଉଛି l ଚାଷୀ ମାନେ ହତାଶ ହୋଇ ମିଲର ଙ୍କ ଦଲାର ଙ୍କୁ ଷୋଳ ସହ ଟଙ୍କା ରେ ଧାନ ବିକ୍ରି କରୁ ଛନ୍ତି l ଜିଲ୍ଲା ପ୍ରଶାସନ ଜାଣି ସୁଦ୍ଧା ନିରବ ଦ୍ରଷ୍ଟା ସାଜିବା ତାହା ପ୍ରଶ୍ନ ବାଚୀ ସୃଷ୍ଟି କରୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking