19.1 C
Bhubaneswar
Tuesday, November 26, 2024
Homeଓଡିଶାହୃଦୟ ପାଇଁ ହିତକର କ୍ଷୀର, ପ୍ରତିଦିନ ପିଇଲେ ମିଳେ ଏମିତି ଫାଇଦା

ହୃଦୟ ପାଇଁ ହିତକର କ୍ଷୀର, ପ୍ରତିଦିନ ପିଇଲେ ମିଳେ ଏମିତି ଫାଇଦା

ଭୁବନେଶ୍ୱର : କ୍ଷୀର ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ ଲାଭଦାୟକ । ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ, କ୍ୟାଲସିୟମ, ଭିଟାମିନ ଏ, ବି୧୨, ରାଇବୋଫ୍ଲାବିନ, ଆୟୋଡିନ ସହ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଥାଏ । ଏହା ଶରୀରକୁ ଶକ୍ତି ଯୋଗାଏ, ହୃଦୟ ସୁସ୍ଥ ରଖେ ଏବଂ ହାଡ ମଜଭୁତ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଏ । ରାତିରେ ଭଲ ନିଦ ଆଣେ । ସେଥିପାଇଁ ଡାକ୍ତରମାନେ ପିଲାମାନଙ୍କୁ କ୍ଷୀର ପିଇବା ପାଇଁ ପରାମର୍ଶ ଦିଅନ୍ତି । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କ୍ଷୀର ପିଇବାକୁ ପସନ୍ଦ କରନ୍ତି ନାହିଁ । କ୍ଷୀର ଶରୀର ପାଇଁ କେତେ ଜରୁରୀ ସେମାନଙ୍କୁ ଜଣାନଥାଏ । ଚାଲନ୍ତୁ ଏହି ଖବରରେ ଜାଣିବା ପ୍ରତିଦିନ କ୍ଷୀର ପିଇଲେ କ’ଣ ସବୁ ସ୍ୱାସ୍ଥ୍ୟଗତ ଲାଭ ମିଳେ ।
ହାଡ ମଜଭୁତ କରେ:
କ୍ଷୀର କ୍ୟାଲେସିୟମର ସବୁଠୁ ଭଲ ଉତ୍ସ । ଏହା ହାଡ ଓ ଦାନ୍ତ ମଜଭୁତ କରେ । ନିୟମିତ କ୍ଷୀର ପିଇବା ଦ୍ୱାରା ଶରୀରକୁ ପ୍ରଚୁର କ୍ୟାଲସିୟମ ମିଳେ। ଏହା ଅଷ୍ଟିଓପୋରୋସିସ ଭଳି ହାଡ ରୋଗ ହେବାର ଆଶଙ୍କା କମାଏ ଏବଂ ସାମାନ୍ୟ ଆଘାତରେ ହାଡ ଭାଙ୍ଗିବାରୁ ରୋକେ । ସେହିପରି ଏଥିରେ ଭିଟାମିନ-ଡି ମଧ୍ୟ ରହିଛି । ଯାହାକି ହାଡର ବୃଦ୍ଧି, ମରାମତିରେ ସାହାଯ୍ୟ କରେ । ଏଥିରୁ ମିଳୁଥିବା ଶକ୍ତି ଥକ୍କାପଣ ଦୂର କରେ । ଶରୀରକୁ ସକ୍ରିୟ ରଖେ।
ହୃଦୟ ସ୍ୱାସ୍ଥ୍ୟ ଓ ବ୍ଲଡପ୍ରେସର:
ନିଜ ହୃଦୟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ପ୍ରତିଦିନ କ୍ଷୀର ପିଅନ୍ତୁ । ଏଥିରେ ପ୍ରୋଟିନ ଓ ଗୁଡ୍ ଫ୍ୟାଟ୍ ଭରପୁର ଥିବାରୁ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ କ୍ଷୀର ପିଇଲେ ଭୋକ ନିୟନ୍ତ୍ରଣ ରହେ । ଆଉ କିଛି ଖାଇବାକୁ ଇଚ୍ଛା ହୁଏନି । ଏହା ଶରୀରରେ ବ୍ଲଡପ୍ରେସର ନିୟନ୍ତ୍ରଣ କରେ । ହାଇ ବ୍ଲଡପ୍ରେସର ହୃଦରୋଗର ପ୍ରମୁଖ କାରଣ ହୋଇଥିବାବେଳେ ଏହା ବ୍ଲଡପ୍ରେସର କମାଇ ହୃଦୟ ସୁସ୍ଥ ରଖେ ।
ମସ୍ତିଷ୍କ ସୁସ୍ଥ ରଖେ:
କିଛି ରିସର୍ଚ୍ଚରୁ ଜଣାପଡେ, ଜଣେ ଯୁବକ ସବୁଦିନ କ୍ଷୀର ପିଇଲେ କିମ୍ବା କ୍ଷୀର ଜାତୀୟ ପଦାର୍ଥ ଖାଇଲେ ତାଙ୍କ ମସ୍ତିଷ୍କରେ ଗ୍ଲୁଟାଥିଓନେ ନାମକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ବୃଦ୍ଧି ପାଏ । ସେହିପରି ଏଥିରୁ ମିଳୁଥିବା ଭିଟାମିନ ଡି ସେରୋଟୋନିନ ନାମକ ହରମୋନ ଉତ୍ପାଦନ କରେ ଯାହାକି ଆମର ମୁଡ୍ ଓ ନିଦ ସହ ଜଡିତ ।
ସୁଖ ନିଦ୍ରା:
ଉଷୁମ କ୍ଷୀର ପିଇଲେ ରାତିରେ ଭଲ ନିଦ ହୋଇଥାଏ । ଶରୀରକୁ ଆରାମ ମିଳିଥାଏ ଓ ମାନଚିକ ଚିନ୍ତା ଦୂର ହୋଇଥାଏ । କ୍ଷୀରରେ ଟ୍ରିପ୍େଟାଫନ ଓ ବାୟୋଆକ୍ଟିଭ ପେପଟାଇଡ ମିଳେ ଯାହା ସୁଖ ନିଦ୍ରାରେ ସାହାଯ୍ୟ କରେ । ତେବେ ଉଷୁମ କ୍ଷୀରରେ ଅଳ୍ପ ହଳଦୀ ମିଶାଇଦେଲେ ଏହାର ସ୍ୱାସ୍ଥ୍ୟଗତ ଫାଇଦା ଆହୁରି ବଢିଯାଏ । ଏଥିରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢେ ।
ତ୍ୱଚା ଓ କେଶ:
ନାନା ସ୍ୱାସ୍ଥ୍ୟଗତ ଲାଭ ବ୍ୟତୀତ କ୍ଷୀର ଆମର ଚର୍ମ ଓ କେଶ ପାଇଁ ମଧ୍ୟ ଲାଭଦାୟକ । କ୍ଷୀରରେ ଭିଟାମିନ ବି୧୨, ଏ, ଡି, ବି୬, ବାୟୋଟିନ, ପ୍ରୋଟିନ, କ୍ୟାଲସିୟମ ଓ ଆହୁରି ଅନେକ ପୋଷକ ତତ୍ତ୍ୱ ରହିଛି ଯାହାକି ତ୍ୱଚାକୁ ପୋଷଣ ଯୋଗାଏ । ଏଥିରୁ ମିଳୁଥିବା ଭିଟାମିନ ଏ ଶରୀରରେ ନୂଆ କୋଶିକା ସଂରଚନାକୁ ପ୍ରତ୍ସୋହିତ କରେ । ଆପଣ କ୍ଷୀରକୁ ନେଇ ମୁହଁରେ ଲଗାଇଲେ ତ୍ୱଚା ଗ୍ଲୋ କରିଥାଏ । ଏଥିସହ ଏହା କେଶ ବୃଦ୍ଧିରେ ମଧ୍ୟ ସହାୟକ ହୁଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking