24.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶଭାରତୀୟ ସେୟାର ବଜାର ଉପରେ ମଧ୍ୟପ୍ରାଚ୍ୟ ପ୍ରଭାବ; ଆଖି ପିଛୁଳାକେ ୧୦ ଲକ୍ଷ କୋଟି ସ୍ୱାହା

ଭାରତୀୟ ସେୟାର ବଜାର ଉପରେ ମଧ୍ୟପ୍ରାଚ୍ୟ ପ୍ରଭାବ; ଆଖି ପିଛୁଳାକେ ୧୦ ଲକ୍ଷ କୋଟି ସ୍ୱାହା

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ଉପରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧଜନିତ ପ୍ରଭାବ ସ୍ପଷ୍ଟ ପରିଲକ୍ଷିତ ହେବାରେ ଲାଗିଛି । ରବିବାର ଦିନ ଇସ୍ରାଏଲ୍ ଉପରେ ହିଜବୁଲ୍ଲା ଉଗ୍ରବାଦୀ ସଂଗଠନ ପକ୍ଷରୁ ମିସାଇଲ୍ ଆକ୍ରମଣ ହୋଇଥିବା ବେଳେ ଆଜି ଅର୍ଥାତ୍ ସୋମବାର ଭାରତୀୟ ସେୟାର ମାର୍କେଟ୍‌ରେ ନିବେଶକଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡିଛି । ସେନସେକ୍ସ ଏବଂ ନିଫ୍ଟି ସୂଚକାଙ୍କରେ ଆଜି କ୍ରମାଗତ ଦ୍ୱିତୀୟ ଥର ପାଇଁ ତୀବ୍ର ହ୍ରାସ ପରିଲକ୍ଷିତ ହୋଇଛି । ଗୋଟିଏ ମିନିଟ୍‌ରେ ନିବେଶକଙ୍କ ୧୦ ଲକ୍ଷ କୋଟି ଟଙ୍କା ବୁଡ଼ିଯାଇଛି । ରିପୋର୍ଟ ଅନୁସାରେ ୧୦ଟି ବଡ଼ କମ୍ପାନୀର ସେୟାର ଭାଲ୍ୟୁ ହ୍ରାସ ପାଇବା ଯୋଗୁ ନିବେଶକଙ୍କ ୧୦ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।
ସୋମବାର ସେୟାର ବଜାର ଆରମ୍ଭ ହେବା ମାତ୍ରେ ସୂଚକାଙ୍କ ହ୍ରାସ ପାଇବା ଦେଖିବାକୁ ମିଳିଥିଲା । ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ) ସୂଚକାଙ୍କ ସେନ୍‌ସେକ୍ସ ୨୩୯୩.୭୬ ପଏଣ୍ଟ ତଥା ୨.୯୬% ହ୍ରାସ ପାଇ ୭୮୫୮୮.୧୯ ପଏଣ୍ଟରେ କାରବାର ଶେଷ କରିଥିଲା । ସେହିପରି ଅନ୍ୟତମ ସୂଚକାଙ୍କ ନିଫ୍ଟି ୪୧୪.୮୫ ପଏଣ୍ଟ ତଥା ୧.୬୮% ହ୍ରାସ ପାଇ ୨୪୩୦୨.୮୫ ପଏଣ୍ଟକୁ ଖସିଆସିଥିଲା । ବଜାର ଖୋଲିବାର ମାତ୍ର କିଛି ମିନିଟ୍‌ରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ସୂଚୀବଦ୍ଧ କମ୍ପାନୀଙ୍କ ମାର୍କେଟ୍ ଭାଲ୍ୟୁ ହ୍ରାସ ହୋଇଥିଲା । ଏହି ସମୟରେ ନିବେଶକାରୀ ୧୦.୨୪ ଲକ୍ଷ କୋଟିରୁ ଅଧିକ କ୍ଷତି ସହିଛନ୍ତି । ଗୋଟିଏ ପଟେ ଆମେରିକାରେ ମାନ୍ଦାବସ୍ଥାର ପ୍ରଭାବ, ଅନ୍ୟପଟେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବିଭୀଷିକା ଯୋଗୁ ଭାରତୀୟ ସେୟାରରେ ଆଜି ଏହି ଧରଣର ଏକ ବଡ଼ କ୍ରାଶ୍ ଦେଖିବାକୁ ମିଳିଥିବା ବିଶେଷଜ୍ଞମାନେ ଦର୍ଶାଇଛନ୍ତି ।
ପ୍ରକାଶ, କେବଳ ଭାରତ ନୁହଁ ସାରା ବିଶ୍ୱରେ ସେୟାର ବଜାରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି । ଭାରତଠୁ ଆମେରିକା ପର‌୍ୟ୍ୟନ୍ତ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ବିଶ୍ୱର ଶେୟାର ବଜାରରେ ତୀବ୍ର ହ୍ରାସର ମୁଖ୍ୟ କାରଣ ଆମେରିକାର ଅର୍ଥନୀତିରେ ମନ୍ଥରତା ଭୟରେ ରହିଛି । ଏଭଳି ଆର୍ଥିକ ମାନ୍ଦାବସ୍ଥା କାରଣରୁ ବିଶ୍ୱସ୍ତରରେ ବେରୋଜଗାରୀ ହାର ବୃଦ୍ଧି ପାଇଛି । ଆମେରିକା ଭଳି ଦେଶରେ ଗତ ଜୁଲାଇ ମାସରେ ନିଯୁକ୍ତି ସୃଷ୍ଟିରେ ହ୍ରାସ ଘଟିଥିବା ବେଳେ ବେକାରୀ ହାରରେ ୪.୩% ବୃଦ୍ଧି ଘଟିଛି । ମଧ୍ୟପ୍ରାଚ୍ୟର ଭୌଗୋଳିକ ତିକ୍ତତା ମଧ୍ୟ ବଜାର ହ୍ରାସର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking