24.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶମଣିଷ ଉପରେ ପ୍ରଭାବ ପକାଉଛି ମାଇକ୍ରୋପ୍ଲାଷ୍ଟିକ୍

ମଣିଷ ଉପରେ ପ୍ରଭାବ ପକାଉଛି ମାଇକ୍ରୋପ୍ଲାଷ୍ଟିକ୍

ନୂଆଦିଲ୍ଲୀ : ମଣିଷ ଉପରେ ପ୍ରଭାବ ପକାଉଛି ମାଇକ୍ରୋପ୍ଲାଷ୍ଟିକ୍ । ବିଶ୍ୱବ୍ୟାପୀ ପ୍ଲାଷ୍ଟିକ୍ ବ୍ୟବହାର ଯୋଗୁଁ ମାଇକ୍ରୋପ୍ଲାଷ୍ଟିକ୍ ନିଷ୍କାସନ ସମେତ ପରିବେଶ ପ୍ରଦୂଷଣ ହେଉଛି। ବାୟୁ, ଜଳ, ମାଟି, ଖାଦ୍ୟ ଏବଂ ଏପରିକି ମାନବ ଅଙ୍ଗରେ ଏହି କ୍ଷୁଦ୍ର ପ୍ଲାଷ୍ଟିକ୍ କଣିକା ଥିବା ଜଣାଯାଇଛି। ମାଇକ୍ରୋପ୍ଲାଷ୍ଟିକ୍ ମାନବ ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବାରୁ ଏହାକୁ ନେଇ ଗବେଷକମାନେ ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି ଏବଂ ଏହାକୁ ବୈଶ୍ବିକ ଜରୁରି ସ୍ବାସ୍ଥ୍ୟ ସ୍ଥିତି ଘୋଷଣା ପାଇଁ ଆହ୍ବାନ ଦେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକ ପରୀକ୍ଷଣରୁ ଜଣାପଡ଼ିଛି ଯେ ମାଇକ୍ରୋପ୍ଲାଷ୍ଟିକ୍ ମସ୍ତିଷ୍କ ସମେତ ଗୁରୁତ୍ୱପୂର୍ଣ୍ଣ ମାନବ ଅଙ୍ଗରେ ଜମା ହେଉଛି, ଯାହାଦ୍ୱାରା ଗବେଷକମାନେ ପ୍ଲାଷ୍ଟିକ୍ ପ୍ରଦୂଷଣକୁ ରୋକିବା ପାଇଁ ଅଧିକ ଜରୁରୀ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି। ଏହି ଗବେଷଣାରୁ ମାନବ ଫୁସଫୁସ, ପ୍ଲାସେଣ୍ଟା, ପ୍ରଜନନ ଅଙ୍ଗ, ଯକୃତ, କିଡନୀ, ଆଣ୍ଠୁ ଓ କହୁଣୀ ଗଣ୍ଠି, ରକ୍ତନଳୀ ଓ ଅସ୍ଥିମଜ୍ଜାରେ ପ୍ଲାଷ୍ଟିକ୍‌ର କ୍ଷୁଦ୍ର ଅଂଶ ଦେଖିବାକୁ ମିଳିଛି। ତୁର୍କୀର କୁକୁରୋଭା ବିଶ୍ୱବିଦ୍ୟାଳୟରେ ମାଇକ୍ରୋପ୍ଲାଷ୍ଟିକ୍ ଉପରେ ଅଧ୍ୟୟନ କରୁଥିବା ସେଦାତ୍ ଗୁଣ୍ଡୋଗ୍‌ଡ଼ୁ କହିଛନ୍ତି ଯେ ଏହି ଗବେଷଣାର ଫଳାଫଳକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ୍ ପ୍ରଦୂଷଣର ମୁକାବିଲା ପାଇଁ ବିଶ୍ୱ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିବା ଆବଶ୍ୟକ ହୋଇପଡ଼ିଛି। ଏହି ଗବେଷଣାର ମୁଖ୍ୟ ଲେଖକ ତଥା ନ୍ୟୁ ମେକ୍ସିକୋ ବିଶ୍ୱବିଦ୍ୟାଳୟର ଔଷଧ ବିଜ୍ଞାନର ପ୍ରଫେସର ମାଥ୍ୟୁ କାମ୍ପେନ କହିଛନ୍ତି ଯେ ଗବେଷକମାନେ ୨୦୨୪ ପ୍ରାରମ୍ଭରେ ନିଆଯାଇଥିବା ମସ୍ତିଷ୍କ ନମୁନାରେ ଓଜନ ହିସାବରେ ହାରାହାରି ୦.୫% ପ୍ଲାଷ୍ଟିକ୍ ପାଇଥିଲେ ଏବଂ ଏହା ଅତ୍ୟନ୍ତ ଉଦ୍‌ବେଗଜନକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking