ଭୂବନେଶ୍ୱର: ମେଟ୍ରୋ ପ୍ରକଳ୍ପକୁ ନେଇ ପୂର୍ତ୍ତ ମନ୍ତ୍ରୀ ବଡ ବୟାନ ଦେଇଛନ୍ତି । କହିଛନ୍ତି , ମେଟ୍ରୋ ପ୍ରକଳ୍ପ ଗତ ସରକାରର ବିଳମ୍ବିତ ପ୍ରକଳ୍ପ । ସେ ପ୍ରକଳ୍ପର କୌଣସି ଆଦିଅନ୍ତ ନଥିଲା । ଏନେଇ ବୟାନ ଦେଇଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ପୂର୍ତ୍ତ ମନ୍ତ୍ରୀ । ଠିକା କମ୍ପାନୀଙ୍କ ମନମାନିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଠିକା କମ୍ପାନୀଙ୍କ ମନମାନୀ ଯୋଗୁଁ ବହୁ ପ୍ରକଳ୍ପ ବିଳମ୍ବ ହେଉଛି । ନିର୍ଦ୍ଦିଷ୍ଟ ସମୟ ସୀମାରେ ସାରିବାକୁ ପୂର୍ତ୍ତ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ ସୁଦ୍ଧା ସରିବ ମେଡିକାଲ କଲେଜର ନୂଆ ବିଲଡିଂ କାମ । କୋରାପୁଟ, ଫୁଲବାଣୀ ମେଡିକାଲ କଲେଜ , ମାଲକାନଗିରି ଓ ଯାଜପୁର ମେଡିକାଲ କଲେଜର ବିଲଡିଂ କାମ , କ୍ୟାପିଟାଲ ହସ୍ପିଟାଲର ଟ୍ରମା କେୟାର କାମ ଏପ୍ରିଲରେ ସରିବ । ଏସବୁ ପ୍ରକଳ୍ପକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।










