27.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶବାତ୍ୟା ଖବରକୁ ଖଣ୍ଡନ କଲା ପାଣିପାଗ ବିଭାଗ

ବାତ୍ୟା ଖବରକୁ ଖଣ୍ଡନ କଲା ପାଣିପାଗ ବିଭାଗ

ଭୁବନେଶ୍ଵର: ବାତ୍ୟା ଖବରକୁ ଖଣ୍ଡନ କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)। ଏବେ ବାତ୍ୟାର ସୂଚନା ନଥିବା ବିଭାଗ ସ୍ପଷ୍ଟ କରିଛି। ମେ’ ୨୩ରୁ ୨୮ ମଧ୍ୟରେ ‘ବାତ୍ୟା ଶକ୍ତି’ ହେବା ନେଇ କେତେକ ଗଣମାଧ୍ୟମରେ ପ୍ରସାରିତ ଖବରକୁ ଆଇଏମଡି ଦୃଢ ଭାବରେ ଖଣ୍ଡନ କରିଛି। ଏକ ସରକାରୀ ସୂଚନାରେ ଆଇଏମଡି ସ୍ପଷ୍ଟ କରିଛି ଯେ, ମେ ୧୩ ତାରିଖରେ ଆଣ୍ଡାମାନ ସାଗର ଉପରେ କେବଳ ଏକ ଘୂର୍ଣ୍ଣିବଳୟ ଉପସ୍ଥିତି ବିଷୟରେ ରିପୋର୍ଟ କରାଯାଇଥିଲା, ଘୂର୍ଣ୍ଣିଝଡ଼ ନୁହେଁ। ପାଣିପାଗ ଦୃଷ୍ଟିରୁ ଦୁଇଟି ଯାକ ପୃଥକ।

ଆଇଏମଡି ସ୍ପଷ୍ଟୀକରଣ ଦେଇ କହିଛି ଯେ, ବାତ୍ୟା ନେଇ ବିଭାଗ ପକ୍ଷରୁ କୌଣସି ପୂର୍ବାନୁମାନ କରାଯାଇ ନାହିଁ। ପାଣିପାଗ ସ୍ଥିତିକୁ ନେଇ ଆଗକୁ ସୂଚନା ଦିଆଯିବ। କିଛି ନିର୍ଦିଷ୍ଟ ଗଣମାଧ୍ୟମ ଭୁଲ୍‌ ଖବର ପ୍ରଚାର କରି ଲୋକଙ୍କ ମଧ୍ୟରେ ଦ୍ଵନ୍ଦ୍ଵ ସୃଷ୍ଟି କରିବାସହ ଭୟଭୀତ କରାଉଛନ୍ତି। ଏଭଳି ଆନୁମାନିକ କିମ୍ବା ଭୁଲ ଖବର ପ୍ରସାରଣରୁ ନିବୃତ୍ତ ରହିବାକୁ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକୁ ପରାମର୍ଶ ଦେଇଛି ଆଇଏମଡି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking