30.1 C
Bhubaneswar
Tuesday, February 10, 2026
Homeଖେଳଆର୍ଜେଣ୍ଟିନା ଟିମ୍‌କୁ ଫେରିଲେ ମେସି

ଆର୍ଜେଣ୍ଟିନା ଟିମ୍‌କୁ ଫେରିଲେ ମେସି

ବୁଏନ୍ସ ଆୟର୍ସ: ଷ୍ଟାର୍ ଫୁଟ୍‌ବଲ୍ ଖେଳାଳି ଲିଓନେଲ୍ ମେସି ଭେନେଜୁଏଲା ଏବଂ ବଲିଭିଆ ବିପକ୍ଷ ଦକ୍ଷିଣ ଆମେରିକୀୟ ବିଶ୍ୱକପ୍ କ୍ୱାଲିଫାଇଙ୍ଗ୍ ମ୍ୟାଚ୍ ପାଇଁ ଆର୍ଜେଣ୍ଟିନା ଜାତୀୟ ଟିମ୍‌କୁ ଫେରିଛନ୍ତି। ୩୭ ବର୍ଷୀୟ ମେସି ଆଙ୍କଲ୍ ଆଘାତ କାରଣରୁ ନିକଟରେ ହୋଇଥିବା ମ୍ୟାଚ୍‌ରେ ଖେଳିପାରି ନଥିଲେ। ଆର୍ଜେଣ୍ଟିନା କୋଚ୍ ଲିଓନେଲ୍ ସ୍କାଲୋନୀ ଅକ୍ଟୋବରରେ ଭେନେଜୁଏଲା ଏବଂ ଏହାର ପାଞ୍ଚଦିନ ପରେ ବୁଏନ୍ସ ଆୟର୍ସରେ ବଲିଭିଆ ବିପକ୍ଷରେ ହେବାକୁ ଥିବା ମ୍ୟାଚ୍ ପାଇଁ ନିକଟରେ ଟିମ୍ ଘୋଷଣା କରିଛନ୍ତି। କଲମ୍ବିଆ ବିପକ୍ଷ କୋପା ଆମେରିକା ଫାଇନାଲ୍‌ରେ ଆହତ ହେବାପରେ ମେସି ଦୁଇଟି ପର୍ଯ୍ୟାୟର ମ୍ୟାଚ୍ ଖେଳିପାରି ନାହାନ୍ତି। ଆର୍ଜେଣ୍ଟିନା ୧୮ ପଏଣ୍ଟ ସହ ଦକ୍ଷିଣ ଆମେରିକୀୟ କ୍ୱାଲିଫାଇଙ୍ଗ୍‌ରେ ସବୁଠୁ ଆଗରେ ରହିଛି। କଲମ୍ବିଆ ୧୬ ଏବଂ ଉରୁଗୁଏ ୧୫ ପଏଣ୍ଟ ସହ ପଛକୁ ରହିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ୍‌ର ଶୀର୍ଷ ୬ ଟିମ୍ ୨୦୨୬ ଫିଫା ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ। ସପ୍ତମ ନମ୍ବରର ଟିମ୍ ଗୋଟିଏ ସ୍ଥାନ ପାଇଁ ଅନ୍ତର୍ଜାତୀୟ ପ୍ଲେଅଫ୍ ଖେଳିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking