ଭୁବନେଶ୍ୱର: ୟୁ.ଜି (୨୦୨୫-୨୬) ପ୍ରଥମ ଚୟନ ପାଠ୍ୟକ୍ରମ ପରିସଂଖ୍ୟାନ ରିପୋର୍ଟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି । ପ୍ରଥମ ଚୟନ ୟୁ.ଜି. ପାଠ୍ୟକ୍ରମରେ ପର୍ଯ୍ୟାୟ-୧ ପ୍ରବେଶର ମେଧା ତାଲିକା ଆଜି ପୂର୍ବାହ୍ନ ୧୧.୦୦ ଟାରେ ପ୍ରକାଶିତ ହୋଇଛି।
ସୂଚନା ଅନୁସାରେ ୟୁ.ଜି. ର ମୋଟ ମଞ୍ଜୁରୀପ୍ରାପ୍ତ ଆସନ ସଂଖ୍ୟା ୨,୭୪,୫୦୯ ରହିଛି । ଚଳିତ ବର୍ଷ ଆବେଦନ କରିଥିବା ମୋଟ ଛାତ୍ରଛାତ୍ରୀ ସଂଖ୍ୟା ୨,୬୫,୫୯୦ ଥିବା ବେଳେ ମନୋନୀତ ଛାତ୍ରଙ୍କ ସଂଖ୍ୟା ୧,୭୫,୭୨୨ ରହିଛି । ମୋଟ ପୁରୁଷ ମନୋନୀତ ସଂଖ୍ୟା ୭୦,୭୪୫ ମହିଳା ମନୋନୀତ ସଂଖ୍ୟା ୧,୦୪,୯୬୭ ରହିଛି । ଟ୍ରାନ୍ସଜେଣ୍ଡର ମନୋନୀତ ୧୦ ରହିଛି ।
ଧାର୍ୟ୍ୟ ଅନୁଯାୟୀ ସର୍ବୋଚ୍ଚ କଟ-ଅଫ୍ ମାର୍କ –
୧) କଳା ଷ୍ଟ୍ରିମ୍: ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ -(ରାଜନୀତି ବିଜ୍ଞାନ)ରେ ୯୨.୮୦ ପ୍ରତିଶତ କଟ-ଅଫ୍ ମାର୍କ ରହିଛି ।
୨) ବିଜ୍ଞାନ ଷ୍ଟ୍ରିମ୍:
୧) ଭୌତିକ ବିଜ୍ଞାନ: ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ – ୯୩.୬୭% (ଭୌତିକ ବିଜ୍ଞାନ)ରେ କଟ-ଅଫ୍ ମାର୍କ ରହିଛି ।
୨) ଜୈବିକ ବିଜ୍ଞାନ: ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ – ୯୪.୦୦% (ପ୍ରାଣି ବିଜ୍ଞାନ)ରେ କଟ-ଅଫ୍ ମାର୍କ ରହିଛି ।
୩) ବାଣିଜ୍ୟ ଷ୍ଟ୍ରିମ୍: ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ – ୯୦.୫୦% (ବାଣିଜ୍ୟ)ରେ କଟ-ଅଫ୍ ମାର୍କ ରହିଛି ।
୪) ଶାସ୍ତ୍ରୀ ଷ୍ଟ୍ରିମ୍: ଓମ୍ ମା ସରସ୍ୱତୀ ସଂସ୍କୃତ (ଡିଗ୍ରୀ) କଲେଜ, ରାଜଗାଙ୍ଗପୁର – ୬୮.୬୭% (ଶାସ୍ତ୍ରୀ)ରେ କଟ-ଅଫ୍ ମାର୍କ ରହିଛି ।
୫) ସ୍ୱ-ଅର୍ଥ ବ୍ୟବସ୍ଥା: ବକ୍ସି ଜଗବନ୍ଧୁ ବିଦ୍ୟାଧର (ସ୍ୱୟଂଚାଳିତ) କଲେଜ, ଭୁବନେଶ୍ୱର – ୮୮.୮୩% (କମ୍ପ୍ୟୁଟର ବିଜ୍ଞାନ)ରେ କଟ-ଅଫ୍ ମାର୍କ ରହିଛି ।
୬) ଆଇନ ଷ୍ଟ୍ରିମ୍: ବିଶ୍ୱବିଦ୍ୟାଳୟ ଆଇନ କଲେଜ, ଉତ୍କଳ ବିଶ୍ୱବିଦ୍ୟାଳୟ, BBSR -୮୭.୮୦ (୫ ବର୍ଷ ସମିଳିତ B.A.LL.B) କଟ-ଅଫ୍ ମାର୍କ ରହିଛି ।
ସେହିପରି ଷ୍ଟ୍ରିମ୍ ଅନୁଯାୟୀ ମୋଟ ମନୋନୀତ ଛାତ୍ରଙ୍କ ସଂଖ୍ୟା:
ବିଜ୍ଞାନରେ ୪୫,୮୫୫ ମନୋନୀତ ଛାତ୍ର, ସେହିପରି କଳାରେ ୧,୦୭,୦୬୯, ବାଣିଜ୍ୟରେ ୧୬,୨୦୫, ଶାସ୍ତ୍ରୀରେ ୩,୩୭୧, ସ୍ୱୟଂ-ଅର୍ଥରେ ୩,୦୫୧, ଆଇନରେ ୧୭୧ ଜଣ ମନୋନୀତ ଛାତ୍ର ରହିଛନ୍ତି ।
“ଫ୍ରିଜ୍” ବିକଳ୍ପ ବାଛିବା ପାଇଁ ମନୋନୀତ ଛାତ୍ରମାନଙ୍କୁ ୧୩ , ୧୬ ଏବଂ ୧୭.୦୬.୨୦୨୫ ରେ ସକାଳ ୧୦.୦୦ ରୁ ସନ୍ଧ୍ୟା ୫.୦୦ ଟା ମଧ୍ୟରେ ସାରିବାକୁ ପଡିବ।