33.1 C
Bhubaneswar
Wednesday, October 16, 2024
Homeଓଡିଶାସବୁବେଳେ ଚିନ୍ତା ଓ ଉଦାସ ରହୁଛନ୍ତି ?

ସବୁବେଳେ ଚିନ୍ତା ଓ ଉଦାସ ରହୁଛନ୍ତି ?

ଭୁବନେଶ୍ୱର : କେବେକେବେ ଆମର ଜୀବନର ଗତି ଏତେ ଦ୍ରୁତ ହୋଇଯାଏ ଯେ, ଆମେ ନିଜ ମନର ସ୍ବର ଶୁଣିବାକୁ ଭୁଲିଯାଉ । କ୍ରମଶଃ ମାନସିକ ଚିନ୍ତା, ଚାପ, ବିଷାଦ ଭଳି ଭାବନା ଜୀବନର ଅଂଶ ପାଲଟିଯାଏ । ଏସବୁ ଭାବନା ମାନସିକ ସ୍ବାସ୍ଥ୍ୟ ସହ ଆମର ଶାରିରୀକ ସ୍ବାସ୍ଥ୍ୟ ଉପରେ ବି ପ୍ରଭାବ ପକାଏ । ତେଣୁ ଯଦି ଶରୀରକୁ ସୁସ୍ଥ ତଥା ନିରୋଗ ରଖିବାକୁ ଚାହାଁନ୍ତି ତାହେଲେ ନିଜର ମନକୁ ମଧ୍ୟ ସୁସ୍ଥ ରଖିବାକୁ ପଡିବ । ଶାରିରୀକ ସ୍ବାସ୍ଥ୍ୟ ଭଳି ମାନସିକ ସ୍ବାସ୍ଥ୍ୟ ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ତେଣୁକରି, ମାନସିକ ସ୍ବାସ୍ଥ୍ୟର ମହତ୍ତ୍ବ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏଥିସହ ଜଡିତ ସାମାଜିକ ଅପବାଦ ଦୂର କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖରେ ପାଳନ କରାଯାଏ ‘ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ’ ।

ମାନସିକ ଅସୁସ୍ଥତା କୌଣସି ମାରାତ୍ମକ ରୋଗଠୁ କମ୍ ନୁହେଁ । ପାଠପଢା, କ୍ୟାରିୟର, ଚାକିରି, ଅନ୍ୟାନ୍ୟ ବୃତ୍ତିଗତ ଓ ବ୍ୟକ୍ତିଗତ କାରଣ ଏବଂ କାର୍ଯ୍ୟବ୍ୟସ୍ତତା ବ୍ୟସ୍ତତା ଯୋଗୁଁ ବିଶ୍ବର ଅଧିକାଂଶ ଲୋକେ ମାନସିକ ରୋଗରେ ପୀଡିତ । ଏହାର ପରିଣାମ ଅତି ଭୟଙ୍କର ହୋଇଥାଏ, ଯାହାର ଅନେକ ଦୃଷ୍ଟାନ୍ତ ସମାଜରେ ଦେଖିବାକୁ ମିଳିଛି କେମିତି ଯୁବଗୋଷ୍ଠୀ ପାଠପଢା, କ୍ୟାରିୟର ଅବା ପ୍ରେମରେ ବିଫଳତା କାରଣରୁ ମାନସିକ ଚାପ ବା ଡିପ୍ରେସନର ବଶବର୍ତ୍ତୀ ହୋଇ ଜୀବନ ହାରୁଛନ୍ତି । ଏହି କାରଣରୁ ବର୍ତ୍ତମାନ ମାନସିକ ସୁସ୍ଥତା ଓ ଏହା ବାବଦରେ ସଚେତନତା ଅତ୍ୟନ୍ତ ପ୍ରାସଙ୍ଗିକ ହୋଇପଡିଛି ।

ମନୋବୈଜ୍ଞାନିକଙ୍କ ମୁତବାକ, ମନରେ ଆତ୍ମହତ୍ୟା ବିଚାର ଆସିବା ବାୟପୋଲାର ଡିସଅର୍ଡରକୁ ଦର୍ଶାଏ । ମାନସିକ ସୁସ୍ଥତା ପାଇଁ ସବୁଠୁ ଜରୁରୀ ହେଲା ନିଜ ମନର କଥା, ଭାବନା ସେୟାର କରିବା । ହେଲେ ଆଜିକାଲି କାର‌୍ୟ୍ୟବ୍ୟସ୍ତତା ମଧ୍ୟରେ କାହା ପାଖରେ ଦୁଇ ମିନିଟ୍ ବସି କଥାବାର୍ତ୍ତା ହେବାର ସମୟ ନାହିଁ । ସମସ୍ତେ ନିଜ ନିଜର ଜୀବନରେ ଦୌଡିବାରେ ବ୍ୟସ୍ତ । ଏଥିପାଇଁ ସେମାନେ ନିଜ ଭିତରେ ଥିବା ହସ, ଖୁସି, ଚିନ୍ତା, ଚାପ ଅନ୍ୟ ସହ ସେୟାର କରିପାରନ୍ତି ନାହିଁ । ନିଜ ଭିତରେ ଚାପି ରଖି ଅବସାଦର ଶିକାର ହୁଅନ୍ତି । ଯାହା ବେଳେବେଳେ କଠିନ ନିଷ୍ପତ୍ତି ନେବାକୁ ପ୍ରେରିତ କରିଥାଏ । ଏଥିପାଇଁ ଯଦି ଆପଣ କୌଣସି କଥାକୁ ନେଇ ଚିନ୍ତାଗ୍ରସ୍ତ ଅଛନ୍ତି ତାହେଲେ ଏହି ଚିନ୍ତା ପରିବାର କିମ୍ବା ସାଙ୍ଗସାଥୀଙ୍କ ସହ ନିହାତି ସେୟାର କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking