26.1 C
Bhubaneswar
Thursday, March 19, 2026
Homeଓଡିଶାଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଐତିହାସିକ ହର୍‌ମାନ କୁଲ୍‌କେଙ୍କ ସ୍ମୃତିଚାରଣ

ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଐତିହାସିକ ହର୍‌ମାନ କୁଲ୍‌କେଙ୍କ ସ୍ମୃତିଚାରଣ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ବିଶିଷ୍ଟ ଐତିହାସିକ ପଦ୍ମଶ୍ରୀ ପ୍ରଫେସର ହର୍‌ମାନ କୁଲ୍‌କେଙ୍କ ସ୍ମୃତିରେ ଏକ ସାରସ୍ୱତ ସ୍ମୃତି ସଭା ଆୟୋଜିତ ହୋଇଯାଇଛି। ଗତ ମାର୍ଚ୍ଚ ୧୦,୨୦୨୬ରେ ଐତିହାସିକ ପ୍ରଫେସର ହର୍‌ମାନ କୁଲ୍‌କେଙ୍କ ମହାପ୍ରୟାଣ ହୋଇଛି। ଆଜିର ସଭାରେ ଶିକ୍ଷାବିତ୍‌ ପ୍ରଫେସର ସୁସ୍ମିତ୍ ପାଣି, ଡ଼. ସୁନୀଲ ପଟ୍ଟନାୟକ, ଡ଼. ଯତୀନ୍‌ ନାୟକ, ଡ଼. ଶକୁନ୍ତଳା ବଳିୟାରସିଂହ, ଡ଼. ବିଭୂତି ଭୂଷଣ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।”ହର୍‌ମାନ କୁଲ୍‌କେ ଜଣେ ସୁପ୍ରତିଷ୍ଠିତ ଜର୍ମାନ ଐତିହାସିକ ଏବଂ ଭାରତବିଜ୍ଞାନୀ ଭାବେ ସୁପରିଚିତ ଥିଲେ। ସେ କୀଲ୍ ବିଶ୍ୱ ବିଦ୍ୟାଳୟର ଇତିହାସ ବିଭାଗରେ ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସୀୟ ଇତିହାସର ପ୍ରଫେସର ଥିଲେ। ଓଡ଼ିଶାର ଇତିହାସ ଓ ସଂସ୍କୃତିକୁ ନେଇ ହର୍‌ମାନ କୁଲ୍‌କେଙ୍କ ରଚିତ ପୁସ୍ତକ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଦାୟୀ। ଓଡ଼ିଶାର ଇତିହାସ, ସାହିତ୍ୟ ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିଛନ୍ତି ହର୍‌ମାନ କୁଲ୍‌କେ। ଇତିହାସ ଜଗତ ପାଇଁ ପ୍ରଫେସର ହର୍‌ମାନ କୁଲ୍‌କେଙ୍କ ଅବଦାନ ସଦାସର୍ବଦା ସ୍ମରଣୀୟ ହୋଇ ରହିବ”, ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ। ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ଼. ଭାରତୀ ପାଲ୍ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking