14.1 C
Bhubaneswar
Saturday, December 27, 2025
Homeଓଡିଶାସଦସ୍ୟତା ଅଭିଯାନ କର୍ମଶାଳା ଓ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ସଦସ୍ୟତା ଅଭିଯାନ କର୍ମଶାଳା ଓ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର : ଆଜି ବ୍ୟାସନଗର ପୌର ପରିଷଦ ୱାର୍ଡ ନଂ-୨୩ କୋପଣ୍ଡ ଗ୍ରାମରେ ବ୍ୟାସନଗର ଭାରତୀୟ ଜନତା ପାର୍ଟି ତରଫରୁ ସଦସ୍ୟତା ଅଭିଯାନ କର୍ମଶାଳା ଓ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ନିରଞ୍ଜନ ଘଡାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟତା କିପରି ବହୁତ ମାତ୍ରାରେ କରାଯାଇପାରିବ ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଏହି ୱାର୍ଡରେ ୨୦୦୦ ଗଛ ଘରେ ଘରେ ବଂଟନ କରାଯାଇଥିଲା । ଏହି ବଂଟନ ସମୟରେ ସମସ୍ତଙ୍କୁ ଭାରତୀୟ ଜନତା ପାର୍ଟିର କର୍ମକର୍ତାମାନେ ସେମାନଙ୍କର ମା’ ପାଇଁ ଗଛଟିଏ ନିଜ ବାଡିରେ ଲଗାଇ ତା’ର ଯତ୍ନ ନେବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋରେଇର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଦସ୍ୟତା ଅଭିଯାନକୁ ଆଗକୁ ନେବାପାଇଁ ପରାମର୍ଶ ଦେଇଥିଲେ । କିପରି ଅଧିକ ସଭ୍ୟ ସଂଗ୍ରହ କରାଯାଇପାରିବ ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଯାଜପୁର ଜିଲ୍ଲା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଆଶୁତୋଷ ପରିଡା ସଦସ୍ୟତା ଅଭିଯାନ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ୟାସଦେବ ମଣ୍ଡଳ ସଭାପତି ଅଚ୍ୟୁତାନନ୍ଦ ଦାସ, ସୌମେନ୍ଦ୍ର ରାଉତ, ପ୍ରସନ୍ନ ସାମଲ, ନିରଞ୍ଜନ ଘଡାଇ, ରବିନାରାୟଣ ରାଉତ, ବାବାଜୀ ଚରଣ ମଲ୍ଲିକ, ରୁଦ୍ର ମୁଖୀ, ମୁକ୍ତି ରଥ, ବିଜୟ ସାହୁ, ସ୍ୱର୍ଣ୍ଣପ୍ରଭା ନାୟକ, ମହିଳା ସଭାପତି ରଶ୍ମିତା ରାଉତ, ସୁଚିତ୍ରା ଘଡାଇ, ଆଶା ମହାନ୍ତି, ରାନୀ ସାମଲ, ସୁଜାତା ପରିଡା, ସେବତୀ ସାମଲ, ଗୌରହରି ଦାସ, ଅଭିରାମ ରାଉତରାୟ ପ୍ରମୁଖ ସହଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking