30.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶବାର୍ବାଡସରେ ଅଟକିଛନ୍ତି ଭାରତୀୟ କ୍ରିକେଟ ଟିମ୍ ସଦସ୍ୟ

ବାର୍ବାଡସରେ ଅଟକିଛନ୍ତି ଭାରତୀୟ କ୍ରିକେଟ ଟିମ୍ ସଦସ୍ୟ

ନୂଆଦିଲ୍ଲୀ : ସାମୁଦ୍ରିକ ଝଡ଼ ପାଇଁ ବିପଦରେ ଟିମ୍ ଇଣ୍ଡିଆ ସଦସ୍ୟ। ଫଳରେ ସେମାନେ ବାର୍ବାଡସରେ ଅଟକିଛନ୍ତି । ବିମାନ ଉଡ଼ାଣ ପାଇଁ ପାଗ ଅନୁକୁଳ ନ ଥିବାରୁ ବିଶ୍ୱବିଜୟୀ ଟିମ୍ ଭାରତ ଫେରିବାରେ ବିଳମ୍ବ ହେଉଛି । ଆଣ୍ଟଲାଟିକରେ ସୃଷ୍ଟି ହୋଇଥିବା ସାମିୁଦ୍ରିକ ଝଡ଼ ବର୍ତ୍ତମାନ ଇଷ୍ଟ ସାଉଥ ଇଷ୍ଟ ବାର୍ବାଡସରୁ ୫୭୦ କିଲୋମିଟର ଦୂରରେ ରହିଛି । ଏହା ବର୍ତ୍ତମାନ ୨୧୦ କିମି ବେଗରେ ଆଗକୁ ବଢୁଛି । ଟିମ୍‌ ଇଣ୍ଡିଆ ସଦସ୍ୟ ‘ଦ ହିଲଟନ’ହୋଟେଲରେ ରହୁଥିବା ବେଳେ ତାହା ସମୁଦ୍ର ନିକଟରେ ଅବସ୍ଥିତ। ତେଣୁ ତାହା ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଆକଳନ କରାଯାଉଛି। ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁଯାୟୀ, ଟିମ୍‌ ଇଣ୍ଡିଆ ସଦସ୍ୟ ପ୍ରଥମେ ନ୍ୟୁୟର୍କ ଯାଇଥାନ୍ତେ। ସେଠାରୁ ସେମାନେ ଦୁବାଇ ଯାଇ ଭାରତ ଫେରିଥାନ୍ତେ। ଆଜି ରାତି ୮ଟା୩୦ରେ ସେମାନଙ୍କ ଫ୍ଲାଇଟ୍‌ ଉଡ଼ାଣ ଭରିବ ବୋଲି ସ୍ଥିର ହୋଇଥିଲା।ମାତ୍ର ସାମୁଦ୍ରିକ ଝଡ଼ର ଉଗ୍ର ରୂପକୁ ଦେଖି ଆଜି ସଂଧ୍ୟା ସୁଦ୍ଧା ରାଜଧାନୀ ବ୍ରିଜଟାଉନର ବିମାନ ବନ୍ଦର ବନ୍ଦ ହୋଇଯିବ ବୋଲି ସେଠାକାର ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ତେଣୁ ତୁରନ୍ତ ଟିମ୍‌ ଇଣ୍ଡିଆର ସମସ୍ତଙ୍କୁ ସେଠାରୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ ହୋଇ ଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking