ଯାଜପୁର: ବ୍ୟାସନଗର ପୌରପରିଷଦରେ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଗୃହୀତ ହୋଇଥିଲା | ଅନାସ୍ଥାରେ ପୌରାଧ୍ୟକ୍ଷା ସାଙ୍ଗୀତା ପିଙ୍ଗୁଆ ପଦ ହରାଇବା ପରେ ଦୀର୍ଘ ଦିନ ଧରି ପୌର ପରିଷଦରେ ଅଚଳବସ୍ଥା ସୃଷ୍ଟି ହୋଇଥିଲା | ଉପନଗରପାଳ ସୁବାସ ଚନ୍ଦ୍ର ବଳ ନଗରପାଳ ଦାଇତ୍ୱ ନେବାପାରେ ମଙ୍ଗଳବାର ପୌର ପରିଷଦର କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ନଗରପାଳ ବଳ ଅଧକ୍ଷତା କରିଥିଲେ | ସହରର ବିଭିନ୍ନ ମୌଳିକ ସମସ୍ୟା ପ୍ରତି ପୂର୍ବତନ ପୌରାଧ୍ୟକ୍ଷା ଅଣଦେଖା କରିଥିବା କାଉନସିଲର ମାନେ ଅଭିଯୋଗ କରିଥିଲେ | ସହରର ବିକାଶ ଯଥା କଚ୍ଚା ପକ୍କା ରାସ୍ତା, ସର୍ବସାଧାରଣ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ, ରାସ୍ତା ଆଲୋକୀକରଣ, ଡ୍ରେନେଜ, ଶ୍ମଶାନ ପ୍ରଭୁତି ବିଭିନ୍ନ ଯୋଜନାରେ ପୌର ପରିସଦରେ ପ୍ରାୟ ୩0 କୋଟିରୁ ଉର୍ଦ୍ଧ ଅନୁଦାନ ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି | ଉକ୍ତ ଅନୁଦାନକୁ ଯଥା ଶୀଘ୍ର କାର୍ଯ୍ୟକାରୀ କରିବା ସମ୍ପର୍କରେ କାଉନସିଲର ମାନେ ପ୍ରସ୍ତାବ ଆଣିଥିଲେ | ସହରର ସାନିଟାଇଯେସନ ବାବଦ ୨0୨୨ ରୁ ଅଦ୍ୟାବଧି ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କା ଏବଂ ୧0 ଟି ଟାଟା ଏସି ଅଳିଆ ପରିବହନ ଗାଡିର ଭଡା ବାବଦକୁ ମାସକୁ ୬ ଲକ୍ଷ ଟଙ୍କା ବିଲ ପ୍ରଦାନ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ପାଇଁ କାଉନସିଲର ପାର୍ଥସାରଥୀ ନାୟକ ଦାବୀ କରିଥିଲେ | ସହରର ଆଲୋକି କରଣ, ଡ୍ରେନେଜ ସମସ୍ୟା ଯଥା ଶୀଘ୍ର ସୁଧାର ଆଣିବା ସହ ୱାର୍ଡ ଗୁଡିକରେ ଥିବା ଶ୍ମଶାନ ର ଉର୍ନତି କରଣ ପାଇଁ କାଉନସିଲର ଶିବାନନ୍ଦ ନାୟକ ପ୍ରସ୍ତାବ ଦେଇଥିଲେ | ସହରରେ ଥିବା ଉଠାଦୋକାନୀ ମାନଙ୍କୁ ପୌର ପରିଷଦ ପକ୍ଷରୁ ନିର୍ମାଣ ସାରିଥିବା ଭେଣ୍ଡି ଜୋନ ଗୁଡିକୁ ଯୋଗାଇଦେବାକୁ କାଉନସିଲର ମାନେ ପ୍ରସ୍ତାବ ଦେଇଥିଲେ | ଭେଣ୍ଡି ଜୋନ ପାଇଁ ୨ ସହରୁ ଉର୍ଦ୍ଧ ଦରଖାସ୍ତ ଆସିଥିବା ଓ ଲଟେରୀ ମାଧ୍ୟମରେ ଉଠା ଦୋକାନୀ ମାନଙ୍କୁ ଯୋଗାଇ ଦିଆଯିବ ବୋଲି ନଗରପାଳ ବଳ ପ୍ରତିଶ୍ରୁତି ଦେଇ ଥିଲେ l