30.1 C
Bhubaneswar
Wednesday, January 21, 2026
Homeଓଡିଶାଜିଲ୍ଲା ଠିକାଦାର ସଂଘର ସମସ୍ୟା ନେଇ ବୈଠକ   

ଜିଲ୍ଲା ଠିକାଦାର ସଂଘର ସମସ୍ୟା ନେଇ ବୈଠକ   

ଯାଜପୁର: ବିରଜା କଲ୍ୟାଣ ମଣ୍ଡପରେ ଯାଜପୁର ଜିଲ୍ଲା ଠିକାଦାର ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ସଂଜୀବ ପରିଡାଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଂଘର ସଭାପତି ଅନିଲ କୁମାର ମହଳିକ, ହେମବତୀ ନନ୍ଦନ ଚକ୍ରବର୍ତୀ, ରାମାକାନ୍ତ ଜେନା, ଜିଲା ସମ୍ପାଦକ ଦିଲ୍ଲୀପ କୁମାର ଜେନା, ମୁଖ୍ୟ ଉପେଦେଷ୍ଟା କେଦାର ରାଉତରାୟ, ନିହାର ରଞ୍ଜନ ମାନ୍ଧାତା ପ୍ରମୁଖ ଯୋଗ ଦେଇ ବୈଠକରେ ଠିକାଦାରଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଗତ ୩.୧.୨୬ରେ ସରକାର ଏକ ସର୍କୁଲାର ବାହାର କଲେ ସେ ସର୍କୁଲାର ହେଉଛି ଏକ ଭୁଲ୍ ସର୍କୁଲାର ବୋଲି ଅଭିଯୋଗ କରିଛି ସଂଘ । ପୂର୍ବ ସରକାର ସମୟରେ ୧୪.୯୯ ଲେସ୍ ଥିଲା କିନ୍ତୁ ବର୍ତ୍ତମାନ ବିଜେପି ସରକାର ତାହାକୁ ଉଠେଇ ଦେଇଛନ୍ତି। ପୁରୁଣା ସିଡ୍ୟୁଲରେ ଠିକାଦାର ମାନେ ଯେଉଁ ଟେଣ୍ଡର ପକାଇବେ ତାହା ୨୦ ରୁ ୪୦ ପ୍ରତିଶତ ଲେସ୍ କରାଯିବ। ଏଥିରେ କାମର ମାନ ଠିକ୍ ଯେତିକି ରହିବା କଥା ତାହା ରହିପାରିବ ନାହିଁ। ସରକାର କିଛି ବୁଝିଲେ ନାହିଁ ଗୋଟେ ଭୁଲ୍ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଦୃଢ଼ ବିରୋଧ କରିବା ସହିତ ଆଗାମୀ ଦିନରେ ସରକାର ଯଦି ସିଡ୍ୟୁଲ ରେଟ୍ ର ପରିବର୍ତ୍ତନ ନ କରନ୍ତି ତେବେ କାମ ବନ୍ଦ କରାଯିବା ସହିତ ରାଜ୍ୟର ସମସ୍ତ ଠିକାଦାର ରାଜ ରାସ୍ତାକୁ ଓହ୍ଲାଇବୁ ବୋଲି ଠିକାଦାର ସଂଘର ସଦସ୍ୟ ମାନେ ଚେତାବନୀ ଦିଆଯାଇଛି । ଏହି ଅବସର ରେ ପ୍ରମୁଖ ମଞ୍ଚାସୀନ ହୋଇ ବିଶେଷ ଭାବରେ ଠିକାଦାର ସରକାର ନିର୍ଦ୍ଧାରଣ କରିଥିବା ସିଡ୍ୟୁଲ ରେଟ୍‌ର ପରିବର୍ତ୍ତନ ପାଇଁ ଦାବି କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଠିକାଦାର ରାଜେଶ ମହାପାତ୍ର, ଆଲୋକ ସାମଲ, ବସନ୍ତ ମିଶ୍ର, ପ୍ରଶାନ୍ତ ଦାସ, ବିଜୟ ପରିଡ଼ା,ସିଦ୍ଧାର୍ଥ ସାମଲ, ସୌମ୍ୟ ସାମଲ, ଶରତ ସାହୁ, ମନୋଜ ସାହୁ, ବିଷ୍ଣୁ ନାୟକ ସମେତ ଜିଲାର ବିଭିନ୍ନ ସ୍ଥାନରୁ ଆସିଥିବା ଠିକାଦାର ମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking