30.1 C
Bhubaneswar
Sunday, July 7, 2024
Homeଓଡିଶାଖୁବଶୀଘ୍ର ଖୋଲାଯିବ ରତ୍ନଭଣ୍ଡାର, ଆସନ୍ତା ୬ରେ ଚୂଡାନ୍ତ ନିଷ୍ପତ୍ତି

ଖୁବଶୀଘ୍ର ଖୋଲାଯିବ ରତ୍ନଭଣ୍ଡାର, ଆସନ୍ତା ୬ରେ ଚୂଡାନ୍ତ ନିଷ୍ପତ୍ତି

ଭୁବନେଶ୍ୱର : ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । କହିଲେ, ଖୁବଶୀଘ୍ର ଖୋଲାଯିବ ରତ୍ନଭଣ୍ଡାର । ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଅନୁଯାୟୀ ଖୋଲାଯିବ ରତ୍ନଭଣ୍ଡାର । ୪୫ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ନିଷ୍ପତ୍ତି ହୋଇଛି । ରତ୍ନଭଣ୍ଡାର ଖୋଲିବାକୁ ୧୬ ଜଣିଆ କମିଟି ଗଠିତ । ୬ ତାରିଖ କମିଟି ବୈଠକରେ ହେବ ଚୂଡାନ୍ତ ନିଷ୍ପତ୍ତି । ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୈଠକ ହେବ ଏନେଇ ନିଷ୍ପତ୍ତି ନିଆଯିବ । କାର୍ଯ୍ୟ କିପରି ହେବ ସେନେଇ ଆଲୋଚନା ହେବ । ମହାପ୍ରଭୁ ମନ୍ଦିରରେ ନଥିବା ବେଳେ ରତ୍ନଭଣ୍ଡାର ଖୋଲାଯିବ । ଅଳଙ୍କାର ମାନ ପରୀକ୍ଷଣ ନେଇ କମିଟି ନିଷ୍ପତ୍ତି ନେବ । ମରାମତି ଓ ଗଣନା କାର୍ଯ୍ୟ ନିର୍ଦ୍ଧାରଣ କରିବ କମିଟି । ଜଷ୍ଟିସ ବିଶ୍ୱନାଥ ଏହି କମିଟିରେ ରହିବେ । କମିଟିର ନିଷ୍ପତ୍ତି ପରେ ସରକାର ପଦକ୍ଷେପ ନେବେ ।

ରତ୍ନଭଣ୍ଡାର ଖୋଲିବା ପାଇଁ ୧୬ ଜଣିଆ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ନୂଆ କମିଟିର ମୁଖ୍ୟ ହେବେ । ୬ ତାରିଖରେ ଏହି ନୂଆ କମିଟିବୈଠକ କରି ରତ୍ନଭଣ୍ଡାର କେବେ ଖୋଲାଯିବ ଓ ରତ୍ନଭଣ୍ଡାର ଖୋଲାଯିବା ନେଇ ରୂପରେଖ କଣ ରହିବ ସେ ନେଇ ନିଷ୍ପତ୍ତି ନେବ । ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଅଫିସରେ ଏହି ବୈଠକ ହେବ । ଆଉ ମରାମତି, ଗଣତି ଓ ମଣତି ନେଇ ନିଷ୍ପତି ନିଆଯିବ । କେଉଁ କେଉଁ ପ୍ରକ୍ରିୟାରେ ଏହା ହେବ ସେ ନେଇ ନିଷ୍ପତି ନେବ କମିଟି ।

ଆଉ ଏହାପରେ ସରକାର ରତ୍ନଭଣ୍ଡାର ଖୋଲିବା ନେଇ ସ୍ପଷ୍ଟ ଚିତ୍ର ଦେବେ । କମିଟରେ କେଉଁ କେଉଁମାନେ ସଦସ୍ୟ ରହିବେ ତାର ସ୍ତୁବିସ୍ତୁତ ତଥ୍ୟ କାଲି ସରକାର ଦେବେ । ଏହି ଘୋଷଣା ସହ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଭଙ୍ଗ ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତତକାଳୀନ ବିଜେଡି ସରକାର ଅରିଜିତ ପଶାୟଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରିଥିଲେ । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରତ୍ନୠଣ୍ଡାର ଖୋଲାଯିବ । ମହାପ୍ରଭୁ ମନ୍ଦିରରେ ନଥିବା ସମୟରେ ହିଁ ଖୋଲାଯିବ ରତ୍ନଭଣ୍ଡାର । ବହୁ ବିଚାରବିମର୍ଷ ପରେ ମୁଖ୍ୟମନ୍ତ୍ରୀ ଅନୁମୋଦନ କ୍ରମେ ଆଜି ଏଭଳି ନିଷ୍ପତି ହୋଇଛି ବୋଲି ଆଇନମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking